ଗୋକୁଳ ଧାମରେ ଆଧାତ୍ମିକ କାର୍ଯ୍ୟକ୍ରମ
ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ପବିତ୍ର ମାଘ ଉପଲକ୍ଷେ ଗୋକୁଳ ଧାମରେ ସୋମବାର ସଂଧ୍ୟାରେ ଦିବ୍ୟଜୀବନ ସଂଘ ଗୋସାଣୀ ନୂଆଗାଁ ଭକ୍ତ ମାନଙ୍କ ଦ୍ୱାରା ବିଷ୍ଣୁ ସହସ୍ର ନାମ ପାଠ ପରେ ସଂଧ୍ୟା ଆଳତୀ ପୂଜା ଏବଂ ବ୍ରହ୍ମଚାରୀ ଅନୁରାଗ ଚୌତନ୍ୟ ଗୀତାର ଦ୍ୱିତୀୟ ଅଧ୍ୟାୟ ପାଠ ସହ ତାର ଅର୍ଥ ସରଳ ଭାବରେ ଉପସ୍ଥାପନା କରିଥିଲେ । ଶେଷରେ ଭଜନ କୀର୍ତ୍ତନ, ହନୁମାନ ଚାଳିଶା ପାଠ କରାଯାଇଥିଲା । ଏହା କାର୍ଯ୍ୟକ୍ରମରେ ମନ୍ଦିରର ପ୍ରତିଷ୍ଠାତା ଜଗନ୍ନାଥ ରାଉତ,ସହଦେବ ପାତ୍ର,କେଦାର ଚୌଧୁରୀ, ପ୍ରସନ୍ନ ନାୟକ, ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ । ଶେଷରେ ସହଦେବ ପାତ୍ର ଶାନ୍ତି ପାଠ କରିଥିଲେ ।