ଗୋକୁଳ ଧାମରେ ଆଧାତ୍ମିକ କାର୍ଯ୍ୟକ୍ରମ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ)- ପବିତ୍ର ମାଘ ମାସ ଉପଲକ୍ଷେ ଗୋକୁଳ ଧାମରେ ଶୁକ୍ରବାର ସଂଧ୍ୟାରେ ଦିବ୍ୟଜୀବନ ସଂଘ ପକ୍ଷରୁ ଗୋକୁଳ ଧାମରେ ନୂଆ ଗାଁ ଭକ୍ତ ମାନଙ୍କ ଦ୍ୱାରା ସୁନ୍ଦରା କାଣ୍ଡ ପାରାୟଣ,ହନୁମାନ ଚାଳିଶା, ମହାମନ୍ତ୍ର ଭଜନ କୀର୍ତ୍ତନ ପରେ ଠାକୁରଙ୍କୁ ୧୦୮ ଆଳତୀ ପରେ ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ପବିତ୍ର ଗୀତାର ଦ୍ୱିତୀୟ ଅଧ୍ୟାୟ ର ୫ ଟି ଶୋକ୍ଲ ପାଠ ସହ ତାର ଅର୍ଥ ସରଳ ଭାବେ ବୁଝାଇଥିଲେ । ଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ରାଉତ,ସହଦେବ ପାତ୍ର,କେଦାର ଚୌଧୁରୀ,ପ୍ରସନ୍ନ ନାୟକ,ପ୍ରମୋଦ ପଣ୍ଡା ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।