ଗୋଖରକୁଦାରେ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ୠଣ କର୍ମଶାଳା ଅନୁଷ୍ଠିତ
ଗଞ୍ଜାମ, (ବିନୋଦ ପଲାଇ):ଓଡିଶା ସରକାର ସମବାୟ ବିଭାଗ ଆନୁକୂଲ୍ୟରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ମଙ୍ଗଳବାର ଅପରାହ୍ନରେ ଗୋଖରକୁଦା ସମବାୟ ସମିତି ର ସଂଯୋଜନାରେ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ୠଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପାଳିବନ୍ଧ ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ପ୍ରଧାନ, ସମିତି ସଭ୍ୟା ଉଷାରାଣୀ ପ୍ରଧାନ, ନାୟବ ସରପଞ୍ଚ କୃଷ୍ଣ ଚନ୍ଦ୍ର ପ୍ରଧାନ, ଏଆରସିଏସ ଏଓ ସୁଧାଂଶୁ କୁମାର ମହାରଣା, ରମ୍ଭା ସମବାୟ ଶାଖା ପରିଚାଳକ ଏମ. ଜଗବନ୍ଧୁ ଦୋରା, କାହ୍ନୁ ଚରଣ ଡାକୁଆ ଓ ସଭାପତି ଆର. ହରିହର ରେଡି ପ୍ରମୁଖ ମଞ୍ଚାସିନ ଥିଲେ l ଏଥିରେ ମୁଖ୍ୟତଃ ରାଜ୍ୟସରକାରଙ୍କ ସମବାୟ ଅନ୍ତର୍ଗତ ଚାଷୀ ମାନଙ୍କ ନିମନ୍ତେ ଅନୁମୋଦିତ ଯୋଜନା ଓ ଚାଷୀ ମାନଙ୍କ ନିମନ୍ତେ ଋଣ ପ୍ରଦାନ କରିବା ଓ ଏହା କିପରି ପରିଶୋଧ କରି ଆର୍ଥିକ ସ୍ବଚ୍ଛଳତା ଅଣି ସ୍ୱାଭିମାନ ହୋଇପାରିବେ ଏହି କାର୍ଯ୍ୟକ୍ରମ ର ମୂଳଲକ୍ଷ l ଏହି କାର୍ଯ୍ୟକ୍ରମ ରେ ଗୋଖରକୁଦା ସମବାୟ ଅଧିନସ୍ଥ ଚାଷୀମାନେ ଉପସ୍ଥିତ ଥିଲେ l


