ଗୋଖରକୁଦା ଗ୍ରାମରେ ବାଲ୍ୟ ବିବାହ ବନ୍ଦ କଲାପ୍ରଶାସନ

ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚୟତ ର ଗୋଖରକୁଦା ଗ୍ରାମରେ ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ପ୍ରଶାସନ ଖବର ପାଇ ଗଂଜାମ ସିଡିପିଓ ସିଲିଳା ପ୍ରଧାନ ଚାଇଲଡ଼ ହେଲପ ଲାଇନ, ଓ ଗଂଜାମ ପୋଲିସ ସାହାଯ୍ୟ ରେ ବନ୍ଦ କରିଥିବା ଜଣାପଡିଛି । ଏହି ବ୍ଲକ ର ପୋଇରାଶି ପଞ୍ଚାୟତ ର କଣ୍ଠିଆ ପଲ୍ଲି ଗ୍ରାମର ଏ. ବେଣୁଧର ରେଡି ଙ୍କ ର ନାବାଳିକା ଝିଅ ପାଳିବନ୍ଦ ପଂଚୟତ ର ଗୋଖରକୁଦା ଗ୍ରାମର ତ୍ରିନାଥ ରେଡି ଙ୍କ ର ପୁଅ ଗଣେଷ ସହ ବାହାଘର ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଗଂଜାମ ସିଡିପିଓ ସିଲିଳା ପ୍ରଧାନ, ଚାଇଲଡ଼ ହେଲ୍ପ ଲାଇନର ସଂଯୋଗକ ତପେଇ ସାହୁ, ସଭ୍ୟ ଏନ.ପ୍ରକାଶ ରାଓ , ଗଞ୍ଜାମ ଥାନ ପୋଲିସ, ସୁପ୍ରଭାଇଜର କଳାବତୀ ବେହେରା, କିରାଣି ଦେବୀ ପ୍ରସାଦ ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପରିବାରକୁ ବୁଝାସୁଝା କରିବାସହବାହାଘର ବନ୍ଦ କରିଥିଲେ । ନାବାଳିକା ଝିଅ କୁ ସତର ବର୍ଷ ନଅ ମାସ ହେଉଥିବାରୁ ବାହାଘର ବନ୍ଦ ରହିବ ସେ ପର୍ଯ୍ୟନ୍ତ ଝିଅ ତାର ବାପା ଘରେ ରହିବ । ଓ ୧୮ ବର୍ଷ ହେବା ପରେ ପୁଣି ବାହାଘର ହେବ ବୋଲି ଉଭୟ ଘର ଲିଖିତ ଭବେ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ