ଗୋଖର ସାପ ଉଦ୍ଧାର
ରାଇରଙ୍ଗପୁର, ( ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର-ବହଳଦା ରାସ୍ତାର ବହଳଦା ବନ୍ୟାଞ୍ଚଳ ଅନ୍ତର୍ଗତ କାଦୁଆଣୀ ଛକରେ କିଛି ଦିନ ହେଲା ଏକ ଗୋଖର ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ । ସୋମବାର ସଂଧ୍ୟାରେ ଗୋଖରଟା ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ । ସାମ୍ବାଦିକ ଶଙ୍କର ମହାନ୍ତ ବନ ବିଭାଗକୁ ଜଣାଇଥିଲେ । ବହଳଦା ବନ କର୍ମଚାରୀ ପହଞ୍ଚି ବସଷ୍ଟାଣ୍ଡରୁ ଗୋଖର ସାପକୁ ଉଦ୍ଧାର କରି ଗମ୍ଭାରିଆ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ ।ସାପଟି ୫ଫୁଟରୁ ଉର୍ଦ୍ଧ୍ୱ ଲମ୍ବା ହେବ ।