ଗୋଚରଜମିରେ ଅଙ୍ଗନୱାଡି ଗୃହ ନିର୍ମାଣ ବିରୋଧରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଗୋଚର ଜମିରେ ସ୍ମାଶାନ ନିକଟରେ ଅଙ୍ଗନୱାଡି ଗୃହ ନିର୍ମାଣ ହେଉଥିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମପଞ୍ଚାୟତର ବେଲରପା ଗ୍ରାମର ଅଧିବାସୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ଗ୍ରାମର ଜନସଂଖ୍ୟା ୧୫ଶହ ହୋଇଥିବା ବେଳେ ଗ୍ରାମର ଅଧିବାସୀମାନେ ମୁଖ୍ୟତଃ ଚାଷ ଓ ଗୋପାଳନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ସେହି ଗ୍ରାମରେ ଆବଶ୍ୟକତା ଠାରୁ କମ ଗୋଚରଜମି ରହିଛି । ସେହିଜମି ଗୋରୁଙ୍କ ଚାରଣ ଭୂମି ଓ ମୃତକଙ୍କ ଶବଦାହ ପାଇଁ ବ୍ୟବହୃତ ହେଉଛି । ଗ୍ରାମର ବିଦ୍ୟାଳୟ ନିକଟରେ ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ଜମି ଥିଲେ ମଧ୍ୟ ସେଠାରେ ଅଙ୍ଗନୱାଡି ଗୃହ ନିର୍ମାଣ କରାନଯାଇ ଗୋଚର ଜମିରେ କରିବା ପାଇଁ କେତେକ ଖଳ ପ୍ରକୃତିର ଲୋକ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ହୋଇଛି । ସେହି ଶ୍ମସାନରେ ବିଷଧର ସର୍ପଙ୍କ ସମେତ ବହୁ ହିଂସ୍ରଯନ୍ତୁ ରହୁଥିବାରୁ ସେଠାରେ ଅଙ୍ଗନୱାଡି ଗୃହ ନିର୍ମାଣ ହେଲେ ଏହା ଭବିଷ୍ୟତରେ ଛୋଟ ଛୋଟ ପିଲାମାନଙ୍କ ଜୀବନ ପାଇଁ ବିପଦର କାରଣ ହେବ । ତେଣୁ ସେହି ଗୋଚର ଜମିରେ ଅଙ୍ଗନୱାଡି ଗୃହ ନିର୍ମାଣ କରାନଯାଇ ବିଦ୍ୟାଳୟ ପରିସରରେ କରାଯିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ମାନସ ରାଉତ, ନଳିନୀକାନ୍ତ ସିଂ, ସୈାଭାଗ୍ୟଲକ୍ଷ୍ମୀ ମିଶ୍ର, ଚିତ୍ରସେନ ରାଉତ, ବନ୍ଦନା ସାମଲ, ଦିବ୍ୟଲୋଚନ ମିଶ୍ର ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି ।