ଗୋଚର ଜମିରୁ ବେଧକ ମାଟି ଉଠାଣ, ରାଜସ୍ୱ ବିଭାଗ ଚୁପ୍
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ତହସିଲ ଛୟାଳସିଂ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ନିଳୋକ ମୌଜାର ଗୋଚର ଜମିରୁ ମାଫିଆ ମାନେ ବେଧଡକ ମାଟି ଉଠାଣ କରୁଥିବା ବେଳେ ରାଜସ୍ୱ ବିଭାଗ ହାତଯୋଡି ଚୁପ୍ ବସିଛି । ପ୍ରକାଶ ଯେ, ଛୟାଳସିଂ ରାଜସ୍ୱ ବିଭାଗ ଅଧିନ ନିଳୋକ ମୌଜାର ଖାତା ନଂ-୩୦୬, ପ୍ଲଟ ନଂ-୩୩୪ ଗୋଚର ଜମି ରହିଥିବା ବେଳେ ଏହା ଉପରେ ନିଳୋକ ଗ୍ରାମବାସୀ ମାନେ ନିର୍ଭର କରିଥାନ୍ତି । ଏହି ଜମିରେ ଗ୍ରାମବାସୀ ମାନେ ଶବଦାହ କରୁଥିବା ବେଳେ ଗୋରୁଗାଈ ମାନେ ଚରିଥାନ୍ତି । ମାତ୍ର ଗତ ୩/୪ ଦିନ ଧରି କେତେକ ନ୍ୟାସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ମାଫିଆ ମାନେ ଉକ୍ତ ଜମିରୁ ବେଧଡକ ମାଟି ଉଠାଇ ନେଉଥିବାର ଅଭିଯୋଗ ହୋଇଛି । ମାଟି ଉଠାଇ ନେବା ଫଳରେ ଉକ୍ତ ସ୍ଥାନ ୧୦ରୁ ୧୨ ଫୁଟ୍ ଗଭୀର ଖାଲରେ ପରିଣତ ହୋଇଛି । ଯାହାକି ଗୋରୁଗାଈ ଓ ସାଧାରଣ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସଂପୃକ୍ତ ଅଭିଯୁକ୍ତଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।