ଗୋଚର ଜମିରେ ସରକାରୀ ଅନୁଦାନରେ ବେଆଇନ ଗୋଷ୍ଠିକେନ୍ଦ୍ର ଗୃହ ନିର୍ମାଣ ଅଭିଯୋଗ

କେନ୍ଦ୍ରାପଡା – ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଜଗନ୍ନାଥପୁର ବାସନ୍ତୀଦେବୀ ମନ୍ଦିର ନିକଟରେ ଏକ ଗୋଚର ଜମିରେ ସରକାରୀ ଅନୁଦାନରେ ଗୋଷ୍ଠିକେନ୍ଦ୍ର ନିର୍ମାଣ ପାଇଁ ଯୋଜନା ଚାଲିଥିବା ବେଳେ ଗତ ଅଗଷ୍ଟମାସ ୧ତାରିଖରେ କେନ୍ଦ୍ରାପଡା ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ତହସିଲଦାରଙ୍କ ନିର୍ଦେଶରେ ଭରତପୁର ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳକୁ ଯାଇ ସେହି ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲେ । ପୁନର୍ବାର ଗତ ନଭେମ୍ବରମାସ ୨୬ତାରିଖରେ ସେହି ଗୋଚର ଜମିରେ ନିର୍ମାଣ ଆରମ୍ଭ ହୋଇଥିବା ଖବର ପାଇ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ସେହିସ୍ଥାନକୁ ଯାଇ ଏଭଳି ବେଆଇନ ନିର୍ମାଣ ନକରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଗତ ଶନିବାର ପୁନର୍ବାର ସେହି ଗୋଚର ଜମିରେ ବେଆଇନ ଭାବରେ ଗୋଷ୍ଠିକେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ହେଉଥିବା ସମ୍ପର୍କରେ ତହସିଲଦାର ଶ୍ରୀମତୀ ବାହାଲିଆଙ୍କୁ ଲିଖିତ ଅଭିଯୋଗ କରାଯିବା ପରେ ସେ ତୁରନ୍ତ ରାଜସ୍ୱ ନିରୀକ୍ଷକଙ୍କୁ ତୁରନ୍ତ ଘଟଣା ସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ରାଜସ୍ୱ ନିରୀକ୍ଷକ ଅଦ୍ୟାବଧି ଘଟଣା ସ୍ଥଳକୁ ନଯିବା ପଛରେ କଣ ଉଦେଶ୍ୟ ରହିଛି ତାହା ବୁଝାପଡୁନାହିଁ । ଏତଦବ୍ୟତିତ ଏ ସମ୍ପର୍କରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଗୋଚର ଜମି ଉପରେ ବେଆଇନ ନିର୍ମାଣ କାର୍ଯ୍ୟକୁ ଅଦ୍ୟାବଧି ବନ୍ଦ କରାଯାଇନଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ