ଗୋଚ୍ଛାପଡାରେ ବିଶ୍ୱ ମସ୍ତିିଷ୍କଘାତ ଦିବସ ପାଳିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ବିଶ୍ୱ ମସ୍ତିଷ୍କଘାତ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଛାପଡ଼ା ଚିକିତ୍ସାଧିକାରୀ ଡ଼.ସାହିତାହା ପରବିନ୍‍, ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ସାହୁ,ସମସ୍ତ ଷ୍ଟାଫନର୍ସ, ଏଏନ୍‍ଏମ୍‍ ଓ ଆଶାକର୍ମୀମାନେ ସାମିଲ୍‍ ହୋଇଥିଲେ। ଏହି ଅବସରରେ ଚିକିତ୍ସାଧିକାରୀ ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଡ଼ାକ୍ତରଖାନା ପରିସରରୁ ଶୋଭାଯାତ୍ରା ବାହାରି ଗୋଛାପଡ଼ା ପର୍ଯ୍ୟନ୍ତ ଗସ୍ତ କରି ଅଞ୍ଚଳ ବାସୀଙ୍କୁ ସଚେତନ କରିବା ସହିତ କିଭଳି ଭାବେ ମସ୍ତିିଷ୍କଘାତ ନ ହେବ ସେଥିପାଇଁ ମଧ୍ୟ ବିିଭିନ୍ନ ପ୍ରକାର ପରାମର୍ଶ ସାଧାରଣ ଜନତାଙ୍କୁ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ