ଗୋଛରାରେ,ଡନସନାଡିହି ରେ ଜଳ ବିଭାଜିକା ଲୋକାର୍ପଣ ଉତ୍ସବ
କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଶନିବାର କୁଚିଣ୍ଡା ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କୁଚିଣ୍ଡା ବ୍ଲକର ଡନସନାଡିହି ଓ ଗୋଛରାରେ ଜଳ ବିଭାଜିକା ଯାତ୍ରା ଓ ଲୋକାର୍ପଣ ଉତ୍ସବ ଉଦଘାଟିତ ହୋଇଯାଇଛି।ବୁର୍ଲା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ପଣ୍ଡା ଏଥିରେ ସଭାପତିତ୍ବ କରିଥିଲେ।କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଳ ବିଭାଜିକା ଯାତ୍ରା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ସେ ତାଙ୍କ ବକ୍ତବ୍ଯରେ କହିଥିଲେ ଜଳବିଭାଜିକା ଓ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଦ୍ବାରା ଗ୍ରାମାଞ୍ଚଳର ଚାଷୀମାନେ ଉପକୃତ ହେବାସହ ଜୀବିକା ଉନ୍ନତିକରଣ ହୋଇ ପାରିବ।କାର୍ଯ୍ୟକ୍ରମରେ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ବର କିଷାନ,ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟରାଜ କିଷାନ,ଏମପି ପ୍ରତିନିଧି ରୁଦ୍ର ପ୍ରତାପ ଦେଓ,ମନ୍ତ୍ରୀ ପ୍ରତିନିଧି ବିଭୂତି କଲ୍ୟାଣ ପଟେଲ,ଟାଇଁସର ସରପଞ୍ଚ ରାଜେନ୍ଦ୍ର କିଷାନ,ଗୋଛରା ସରପଞ୍ଚ ଥନେଶ୍ୱର ନାଏକ,ବାଙ୍କେ ସମିତିସଭ୍ଯ ସମୀର କଉଡି,ଟାଇଁସର ସମିତିସଭ୍ଯ ଖଗେଶ୍ୱର କିଷାନ,ଆକାଶବାଣୀ କଳାକାର ସୁରଥ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥାଭାବେ ଯୋଗଦେଇ ଜଳ ବିଭାଜିକା ଓ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଉପାଦେୟତା ସମ୍ପର୍କରେ ଆଲୋଚନା କରି ଚାଷୀମାନେ ଏହାର ଫାଇଦା ନେବାକୁ କହିଥିଲେ।ସମାଜସେବୀ ମଳୟ ବେହେରା ସଭାପରିଚାଳନା କରିଥିଲେ।ଏଥିରେ ତେଲିତିଲେଇମାଲ, ଟାଇଁସର,କୁନ୍ତରା, ବାଙ୍କେ ଓ ଗୋଛରା ପଞ୍ଚାୟତ ଅଧିନସ୍ଥ ଜଳବିଭାଜିକା କମିଟିର କର୍ମକର୍ତ୍ତାଙ୍କ ସହ ହିତାଧିକାରୀ ମାନେ ଯୋଗଦେଇଥିଲେ। ପରେ ମୁଖ୍ୟଅତିଥି ଉପଜିଲ୍ଲାପାଳ ପ୍ରଧାନ ଜଳବିଭାଜିକା ସଚେତନତା ଭ୍ରାମ୍ଯମାଣ ରଥର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ହୋଇଥିବା ସାଧାରଣଜ୍ଞାନ ପରୀକ୍ଷାର କୃତି ଛାତ୍ରୀଛାତ୍ର ଓ ଜଳବିଭାଜିକା ଯୋଦ୍ଧାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଉଭୟ କାର୍ଯ୍ୟକ୍ରମରେ ଏସଏଚଜି ମାନଙ୍କ ଦ୍ବାରା ବିଭିନ୍ନ ଉତ୍ପାଦିତ ସାମଗ୍ରୀ ଷ୍ଟଲ ପ୍ରଦର୍ଶିତ ହୋଇଥିଲା।କାର୍ଯ୍ୟକ୍ରମରେ କୁଚିଣ୍ଡା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶିକା ସତ୍ୟଭାମା ଧାନ, ବ୍ଲକ କୃଷି ଅଧିକାରୀ ଦିବ୍ୟ ସ୍ୱରୂପ ପଣ୍ଡା,ସହକାରୀ କୃଷି ଅଧିକାରୀ ସସ୍ମିତା କିରୋ,ସହକାରୀ ମତ୍ସ୍ଯ ଅଧିକାରୀ କୋଶଲ୍ଯା ରୋହିଦାସ, କୁଚିଣ୍ଡା ଗୋଷ୍ଠି ପ୍ରାଣୀଧନ ଅଧିକାରୀ ଅବିନାଶ ପ୍ରଧାନ ଉପସ୍ଥିତ ରହି ବିଭାଗୀୟ ଯୋଜନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରିଥିଲେ।ଶେଷରେ କୁଚିଣ୍ଡା ମୃତ୍ତିକା ସଂରକ୍ଷଣ ବିଭାଗର ପିଆଇ ସୁଦୀପ୍ତ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ସଚେତନତା ଭିତ୍ତିକ ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା।କାର୍ଯ୍ୟକ୍ରମରେ କୁଚିଣ୍ଡା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।