ଗୋଛାପଡା ଯାତ୍ରୀ ବିଶ୍ରାମ ଗାର କୁ ପୁନଃରୁଦ୍ଧାର କରାଯାଉ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଏକ ପ୍ରମୁଖ ସହର ଭାବେ ପରିଚିତ ଗୋଛାପଡା ଏଠାରେ ଥାନା, ବନ ଉପ ବିଭାଗ, ଆର୍ ଆଇ ଅଫିସ, ପଞ୍ଚାୟତ କାର୍ଯ୍ୟାଳୟ, ପ୍ରାଥମିକ ଚିକିତ୍ସାଳୟ, ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନ ରହିଛି । ଏତଦ ବ୍ୟତୀତ ପଡୋଶୀ ଜିଲ୍ଲା ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଏହା ପାଖ ବାଟ ହେଉଥିବାରୁ ଗୋଛାପଡ଼ା ଏକ ପ୍ରମୁଖ ଛୋଟିଆ ସହର ପାଲଟିଯାଇଛି । ଯାହା ଫଳରେ ଅଞ୍ଚଳର ପ୍ରାୟ ଲୋକ ଗୋଛାପଡା କୁ ନିର୍ଭର କରିଥାନ୍ତି । ତେଣୁ ଦୈନିକ ଏଠାକୁ ଶହ ଶହ ଗାଡ଼ି ମଟର ଚଳାଚଳ କରିଥାଏ । ସରକାରୀ କାର୍ଯ୍ୟାଳୟ ଗୁଡିକ ବଙ୍ଗଳା ଛକ ପାଖାପାଖି ରହିଛି, ହେଲେ ବସ୍ ଷ୍ଟେଟବ୍ୟାଙ୍କ ଛକ ଠାରେ ରହୁଥିବା ବେଳେ ଏହି ଦୁଇ ଛକ ମଧ୍ୟରେ ଦୁରତ୍ଵ ରହୁଥିବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଅନ୍ୟ ପଟେ ଗାଡ଼ି ମଟର ବଙ୍ଗଳା ଛକ କୁ ନଯାଇ ଷ୍ଟେଟବ୍ୟାଙ୍କ ଛକ ଠାରେ ରହୁଥିବା ରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଉଛି । ଏଠାରେ ସ୍ଥାୟୀ ବସ୍ ଷ୍ଟାଣ୍ଡ ନଥିବାରୁ ହାଟପଦା ଠାରେ ଗାଡ଼ି ବୁଲିବାକୁ ହୋଇ ଥାଏ, ତେବେ ସାପ୍ତାହିକ ହାଟ ସୋମବାର ହୋଇ ଥିବାରୁ ଜିଲ୍ଲା ତଥା ପଡେ଼ାଶୀ ଜିଲ୍ଲା ବୌଦ୍ଧ ଅଞ୍ଚଳ ରୁ ବହୁ ବେପାରୀ ହାଟକୁ ଆସିଥାନ୍ତି, ଅଞ୍ଚଳ ବାସୀ ଏହି ହାଟକୁ ନିର୍ଭର କରିଥାନ୍ତି, ପ୍ରବଳ ଭିଡ଼ ସାଙ୍ଗକୁ ଛୋଟ ଉଠା ଦୋକାନ ମାନଙ୍କପାଇଁ ହାଟ ଦିନ ଏଠାରେ ଗାଡ଼ି ବୁଲାଇ ବା ପାଇଁ ଅସୁବିଧା ସୃଷ୍ଟି ହେଉଛି ଯାହା ଫଳରେ ଗାଡ଼ି ମଟର ମନ ଇଚ୍ଛା ରାସ୍ତା ଅବରୋଧ କରୁଛନ୍ତି, ଏଠାରେ ପରିଶ୍ରା ଗାର ଟିଏ ନଥିବାରୁ ମହିଳା ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ସେ‌ହିପରି ବଙ୍ଗଳା ଛକ ଠାରେ ଏକ ଯାତ୍ରୀ ବିଶ୍ରାମ ଗାର ରହିଛି । କିନ୍ତୁ କୈାଣସି ଯାତ୍ରି ଙ୍କ କାମରେ ଲାଗିପାରୁ ନାହିଁ । ଏହାର ରକ୍ଷଣାବେକ୍ଷଣ ଅଭାବରୁ ତାହା ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ଭୁତ କୋଠି ପାଲଟିଛି, ଆଜି ପର୍ଯ୍ୟନ୍ତ ଏଠାରେ ସ୍ଥାୟୀ ବସ୍ ଷ୍ଟାଣ୍ଡ ଟିଏ ନାହିଁ, ଏସମ୍ପର୍କରେ ଏ ନେଇ ଗୋଛାପଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଯୋଗାଯୋଗ କରିବା ରୁ ଏହା ପାଇଁ ପଞ୍ଚାୟତ ସ୍ତରୀୟ ବ୍ୟାବସ୍ଥା ନାହିଁ ଏହା ବିଧାୟକ ପାଣ୍ଠିରୁ ଅର୍ଥ ହେଲେ ହୋଇ ପାରିବ ବୋଲି ସେ କହିଛନ୍ତି, ଏହାକୁ ଦୃଷ୍ଟିରେ ରଖି ଗୋଛାପଡା ଠାରେ ଏକ ସ୍ଥାୟୀ ବସ୍ ଷ୍ଟାଣ୍ଡ ଓ ପରିଶ୍ରା ଗାର ଟିଏ ନିର୍ମାଣ କରିବାକୁ ଜନ ସାଧାରଣ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ