ଗୋଟିଏ ଦିନରେ ଦୁଇଟି ଗାଡି ଦୁର୍ଘଟଣା

ମୋହନା(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ନଳାଘାଟ ନିକଟସ୍ଥ ବୁଲାଣି ରାସ୍ତାରେ ଭାରଶ୍ୟାମ ହରାଇ ରାତି ଗୋଟାଏ ବେଳେ ଏକ ମାଲ ବାହି ଟ୍ରକ ନଂ ଓଡ଼ି.୦୨.ଜେଡ଼.୪୪୭୧ ବ୍ରହ୍ମପୁର ପଟୁ ଥେରୁବାଲି ଯାଉଥିବା ବେଳେ ରାସ୍ତାରେ ସତର୍କ ସୂଚନା ବୋର୍ଡ ନଥିବାରୁ ଭାରଶ୍ୟାମ ହରାଇ ଟ୍ରକଟି ଓଲଟି ପଡିଥିଲା ଏଥିରେ କାହାରି କୌଣସି କ୍ଷତି ହୋଇନଥିଲା | ସେପରି ରାତି ତିନିଟା ସମୟରେ ଏକ କାର ନଂ ଓଡ଼ି.୦୫.ଏୱାଇ .୯୯୬୧ ବ୍ରହ୍ମପୁର ପଟୁ ମୁନିଗୁଡା ଯାଉଥିବା ବେଳେ ଉକ୍ତ ସ୍ଥାନରେ ହଁ ବୁଲାଣି ରାସ୍ତା ନ ଜାଣି ପାରି ଓଲଟି ପଡିଛି ,କିନ୍ତୁ ଭାଗ୍ୟ ବଶତଃଏଥିରେ ବସିଥିବା କୌଣସି ଲୋକଙ୍କୁ ମଧ୍ୟ ଆଘାତ ହୋଇନି | ଘଟଣା ସ୍ଥଳେ ଅଡବା ପୋଲିସ ପହଞ୍ଚି ଗାଡ଼ି ଗୁଡିକୁ ଉଠାଇବା ପାଇଁ ପ୍ରୟାସ ଜାରି ରଖିଛି ଏବଂ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ତପନ କୁମାର ପତି କହିଛନ୍ତି | ସୂଚନାନୁଯାୟୀ ସେଠାକାର ଜାତୀୟ ରାଜପଥ ୩୨୬ ଏବେ ଲୋକଙ୍କ ପାଇଁ ମରଣା ଯନ୍ତା ପାଲଟିଛି | ରାସ୍ତା ମଧ୍ୟରେ କୌଣସି ସତର୍କ ବୋର୍ଡ ଲଗାଯାଇନି କି ରାସ୍ତା କାମ ବର୍ତ୍ତମାନ ସୁଧା ଶେଷ ହୋଇନି ଯାହା ଫଳରେ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି ସେଠାକାର ଲୋକମାନେ ଅନ୍ୟ ପଟେ ଜାତୀୟ ରାଜପଥ ଅଧିକାରୀ ମାନେ ମୋଟା ଅଙ୍କର ଫିଜ ନେଇ ଶାନ୍ତିରେ ଶୋଇ ରହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ