ଗୋଟିଏ ଦିନରେ ଭଞ୍ଜନଗରରୁ ୨୫ କୋରନା ଆକ୍ରାନ୍ତ ଚିହ୍ନଟ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାରେ କୋରନା ଥମିବାର୍ ନାଁ ଧରୁନି। ସେହିପରି ଦିନକୁ ଦିନ ଭଞ୍ଜନଗର ରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ଭଞ୍ଜନଗର ରୁ ରେକର୍ଡ ୨୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି। ୨୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ପୋଲିସ କର୍ମଚାରୀ,ଜଣେ ଅଙ୍ଗନବାଡି କର୍ମୀ , ଜଣେ ଫରେଷ୍ଟ କର୍ମଚାରୀ, ଜଣେ ଡାକ୍ତର, ବ୍ଳକ ରୁ ୪ଜଣ ଓ ଏନ.ଏ. ସି ଅଂଚଳରୁ ୮ ଜଣ ହୋଇଥିବା ବିଡ଼ିଓ ଅନିଲ କୁମାର ସେଠୀ ସୂଚନା ଦେଇଛନ୍ତି। ଏଣୁ ଏଭଳି ସ୍ଥିତିରେ ସମସ୍ତ ଜନସାଧାରଣ ଜିଲ୍ଲା ପ୍ରଶାସନ ଓ ସ୍ତାନୀୟ ପ୍ରଶାସନର ନିୟମ ପାଳନ କରି ଘରେ ସୁରକ୍ଷିତ ରହିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।


