ଗୋଟିଏ ଦିନରେ ୯ନାବାଳକଙ୍କ ସମେତ ୫୭ କରୋନା ପଜିଟିଭ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ସ୍ଥିତି ଆଜି ଅତ୍ୟନ୍ତ ଉଦ୍‌ବେଗଜନକ ପରିସ୍ଥିତିରେ ପହଞ୍ଚିଛି । ଗୋଟିଏ ଦିନରେ ୯ଜଣ ନାବାଳକଙ୍କ ସମେତ ୫୭ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଗୋଟାଏ ଦିନରେ ୫୭ ଜଣ ଚିହ୍ନଟ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ଆଜିର ଏହି ୫୭ କରୋନା ରୋଗୀ ଚିହ୍ନଟ ପରେ ମୋଟ ସଂଖ୍ୟା ୧୬୩ରେ ପହଞ୍ଚିଛି । ଏହି ୫୭ ଜଣଙ୍କୁ ଆଜି ଆର. ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏ ନେଇ ଏକ ପ୍ରେସ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି,ଆଜି ପୁଣି ୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ୫୭ଜଣଙ୍କୁ ମିଶାଇ ବର୍ତ୍ତମାନ ଗଜପତିରେ ୧୬୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ମୋଟ ୭୨ ଜଣ ଗଜପତି ଜିଲ୍ଲାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ କୋଭିଡ ହସ୍ପିଟାଲରେ ୯୧ଜଣ ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ପୁଣ୍ଣ ଭାବେ ଏ ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ନୁତନ ଭାବେ ଯେଉଁ ୫୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ତାମିଲନାଡୁରୁ ୨୯ଜଣ,ଆନ୍ଧ୍ରରୁ ୪ ଜଣ ଓ ତେଲାଙ୍ଗାନାରୁ ୧୦ଜଣ, ଗୁଜରାଟରୁ ଜଣେ, ମହାରଷ୍ଟ୍ରରୁ ୬ଜଣ, ପଶ୍ଚିମବଙ୍ଗରୁ ଜଣେ ଓ କର୍ଣ୍ଣାଟକରୁ ଜଣେ ପ୍ରବାସୀ ଗଜପତି ଜିଲ୍ଲାକୁ ଫେରିଥିଲେ । ଏହି ୫୨ଜଣଙ୍କୁ ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ରଖାଯାଇଥିଲା । ଏମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ଏହାର ପଜିଟିଭ୍ ରିପୋର୍ଟ ଆସିବା ପରେ ଆଜି ଏହି ୫୨ ଜଣଙ୍କୁ ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ୫୨ଜଣ ରାଜ୍ୟ ବାହାରୁ ଗଜପତି ଜିଲ୍ଲାକୁ ଫେରିଥିବା ବେଳେ ୩ଜଣ କୋଭିଡ୍ ଯୋଦ୍ଧା ଓ ୨ଜଣ ଗଜପତି ଜିଲ୍ଲାର ସ୍ଥାୟୀ ବାସିନ୍ଦା ଅଟନ୍ତି । ୯ ଜଣ ନାବାଳକଙ୍କ ସହ ୫୭ଜଣ ଆଜି ଚିହ୍ନଟ ହୋଇ ଆଜି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜିଲ୍ଲାର ସମସ୍ତ ୨୦୭ ଅସ୍ଥାୟୀ ସଂଘରୋଧ କେନ୍ଦ୍ର ସମେତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଯେ କୌଣସି ବ୍ୟକ୍ତିଙ୍କ ଠାରେ କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ବିଭାଗୀୟ କର୍ମଚାରୀମାନେ ପ୍ରସ୍ତୁତ ରହିଛନ୍ତି । ତେଣୁ ଜିଲ୍ଲାବାସୀ ଏଥିରେ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅନ୍ୟ ପକ୍ଷରେ ଜନସାଧାରଣ ଲକ୍‌ଡାଉନ୍ ନିୟମକୁ ମାନି ନିଜ ନିଜର ଘରେ ସୁରକ୍ଷିତ ଭାବେ ରୁହନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ