ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା
ପିପିଲି : କଟକ ଓ ପୁରୀ ରାଜପଥର ପଟ୍ଟନାୟକ ଛକ ନିକଟରେ ଗୋଟିଏ ପରିବାରର ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଫଳରେ ଘଟଣା ସ୍ଥଳରେ ଉତେଜନା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ଜଳାପୋଡା କରିଛନ୍ତି । ପ୍ରଭାବରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପୂର୍ବ ଶତ୍ରୁତାରୁ ଏଭଳି ଜଘନ୍ୟ ହ୍ତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।


