ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ବେଆଇନ୍ ମୋରମ ଓ ମାଙ୍କଡ଼ା ଖଣି

ହାଟଡିହି, (ବିକାଶ ବିଶ୍ୱାଳ):ମୁଣ୍ଡ ନେଉଛି ବେଆଇନ୍ ମୋରମ ଖଣି, ହାଟଡିହି ତହସିଲ ଅଞ୍ଚଳରେ ଥିବା ଶହ ଶହ ବେଆଇନ୍ ମୋରମ ଖଣି ପାଇଁ ପ୍ରତିବର୍ଷ ଅନେକ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ମାଫିଆ ମାନେ ମୋରମ୍ ଓ ପଥର ଉଠାଇ ମାଲେ ମାଲ ହେଇଛନ୍ତି। ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ବି ପ୍ରଶାସନ ସେତେବେଳ ଚୁପ ରହିଥିଲା। ଗତ କାଲିର ଶିଶୁ ମୃତ୍ୟୁ ଘଟଣା ପରେ ପ୍ରଶାସନର ସ୍ବଚ୍ଛତା କୁ ନେଇ ଅନେକ ପ୍ରଶ୍ନବଚୀ ସୃଷ୍ଟି ହୋଇଛି। ହାଟଡିହି ତହସିଲର ଢେଙ୍କା, ଝଣଝଣା, ପୁରୁଣାପାଣି, ସୁନ୍ଦରାପାଳ, ପଢ଼ିଆରିପଳ୍ଳି ,ସଢା, ବଣିଆପଙ୍କ, ଝୁଣା ବାଡି , ସଙ୍କଟପାଲିଆ ଆଦି ଅଞ୍ଚଳରେ ଶହ ଶହ ବେଆଇନ ମୋରମ ଓ ପଥର ଖଣି ମାନ ରହିଛି। ମୋରମ ଓ ମାଙ୍କଡ଼ା ପଥର ମାଫିଆ ମାନେ ସ୍ଥାନୀୟ ଲୋକମାନଙ୍କୁ ଏକର ପିଛା ୨୦/୩୦ ହଜାର ଟଙ୍କାର ଲୋଭ ଦେଖାଇ ସେମାନଙ୍କ ଜମିରୁ ମୋରମ ଉଠାଇ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କାର ଫାଇଦା ନେଲେ। କେଉଁଠି ୨୦ଫୁଟ ଗଭୀର ତ ଆଉ କେଉଁଠି ୩୦ଫୁଟ ଗଭୀର ର ଖଣି ଖୋଲିଦେଲେ। ଏହି ସବୁ ଖଣି ଚାରିପାଖେ ସୁରକ୍ଷାବାଡ ଦେଲେନି କି ଆଡି ବନ୍ଧ ମଧ୍ଯ କଲେନି। ଫଳରେ ଅନେକ ସମୟରେ ଧନ ଜୀବନ ହାନି ଘଟୁଛି। ଗତ କିଛିବର୍ଷ ଭିତରେ ଢେଙ୍କା, ଝଣଝଣା, ବଣିଆପଙ୍କ, ସୁନ୍ଦରାପାଳ, ପୁରୁଣାପାଣି ଆଦି ଗ୍ରାମରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ବିଶେଷ କରି ଅନେକ ବୃଦ୍ଧ,ବୃଦ୍ଧା ଏହି ଗାଡ଼ିଆରେ ଶୌଚ ହେବାକୁ ଯାଇ ମୃତ୍ୟ ବରଣ କରିଛନ୍ତି। ଏ ବାବଦରେ ପ୍ରଶାସନ ସବୁ ଜାଣି ମଧ୍ୟ ନୀରବ ରହୁଥିଲା। ଯାହାଦ୍ବାରା ମାଫିଆ ମାନେ ବିଭିନ୍ନ ଗ୍ରାମରୁ ଶହ ଶହ ଗାଡିଆ ଖୋଳି ମୋରମ ଚାଲାଣ କରିଥିଲେ। ସଙ୍କଟପାଲିଆ ନିକଟରେ ଯେଉଁ ପଟକୁ ଦେଖିବେ ଏପରି ପୋଖରୀ ସଦୃଶ ଖାଲ ପ୍ରତୀୟମାନ ହେଉଛି। ଗତ ୫ବର୍ଷ ଭିତରେ ହାଟଡିହି ଅଞ୍ଚଳରେ ଗୋଟିଏ ବି ମୋରମ ଖଣି ନିଲାମ ହୋଇ ନଥିବା ବେଳେ ସରକାରୀ ରାସ୍ତା ଘାଟ ନିର୍ମାଣ କର୍ଯ୍ୟରେ ଏଷ୍ଟିମେଟ ରେ ମୋରମ ରହୁଥିବାରୁ ଠିକାଦାର ମାନେ ସାଧାରଣ ଲୋକଙ୍କୁ ଅଧିଜ ଲୋଭ ଦେଖାଇ ମୋରମ ଖାଦାନ ମାନ ସୃଷ୍ଟି କରୁଛନ୍ତି। ଗତ କିଛିଦିନ ତଳେ ସୋସୋ ଥାନା ପୁଲିସ ଏହିପରି ବେଆଇନ ମୋରମ ଉତ୍ତୋଳନ ବେଳେ ଗୋଟିଏ ଜେସିବି ମେସିନ ୪ଟି ଟ୍ରାକ୍ଟର ଜବତ କରିବାରେ ସକ୍ଷମ ହୋଇଥିଲା। ଗତକାଲି ଆତୁରିକୋଣା ଗ୍ରାମରେ ତିନି ତିନୋଟି ଶିଶୁକନ୍ୟାଙ୍କ ଜୀବନ ଏହି ମୋରମ ଖାଣିଆରେ ଯିବାପରେ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସେମାନେ ମଧ୍ଯ ଆଶ୍ଚର୍ଯ୍ୟ ହୋଇଛନ୍ତି। କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଖାଲି ମଣିଷ ନୁହଁ ଗୃହପାଳିତ ପଶୁ ପକ୍ଷୀଙ୍କ ଜୀବନ ଯାଉଥିବା ଅଭିଯୋଗ ଲୋକଙ୍କ ଠାରୁ ଶୁଣିଛନ୍ତି। ତେବେ ଏହି ବେଆଇନ୍ ମୋରମ ଓ ମାଙ୍କଡ଼ା ପଥର ଖଣି ଖୋଲିଥିବା ମାଫିଆ ମାନଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ