ଗୋଟିଏ ବିବାହ ମଣ୍ଡପରେ ପ୍ରେମିକା ଓ ପତ୍ନୀଙ୍କ ହାତ ଧରିଲେ ସିଆରପିଏଫ ଯବାନ

(ଯୁଗାବ୍ଦ ନ୍ୟୁଜ ) , ଛତିଶଗଡ଼ରେ କିଛି ଏମିତି ଘଟଣା ଘଟିଛି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଶପୁରର ବଘଡାଲ ଗ୍ରାମ ପଞ୍ଚାୟତରେ ଏକ ଅଦ୍ଭୁତ ଘଟଣା ଘଟିଛି । ଜଣେ ସିଆରପିଏଫ୍ ଯବାନ ଗୋଟିଏ ମଣ୍ଡପରେ ଦୁଇ ଜଣଙ୍କୁ ବିବାହ କରିଛନ୍ତି । ଏକାଠି ଏହି ବିବାହରେ ଜଣେ ଯୁବତୀ ଯବାନଙ୍କ ଗାର୍ଲଫ୍ରେଣ୍ଡ ଥିବାବେଳେ ଅନ୍ୟ ଜଣେ ତାଙ୍କ ପତ୍ନୀ ବୋଲି ଜଣାପଡ଼ିଛି । ଏହାର ଅର୍ଥ ସିଆରପିଏଫ୍ ଯବାନ ପତ୍ନୀ ଓ ପ୍ରେମିକଙ୍କୁ ଏକାଠି ବିବାହ କରିଛନ୍ତି ।ସିଆରପିଏଫ୍ ଯବାନ ଅନିଲ ପଖରା ଜଶପୁରରେ ବସବାସ କରନ୍ତି ଏବଂ ସେ ବାରାଣାସୀରେ ଚାକିରି କରନ୍ତି । ବିବାହ ପାଇଁ ସେ ଗାଁକୁ ଆସିଥିଲେ । ଚାରି ବର୍ଷ ପୂର୍ବରୁ ତାଙ୍କର ବିବାହ ପାଖ ଗ୍ରାମରେ ରହୁଥିବା ମହିଳାଙ୍କ ସହିତ ହୋଇଥିଲା । ବିବାହର କିଛି ଦିନ ପରେ ସେ ଜଣେ ଅଙ୍ଗନୱାଡି କର୍ମୀଙ୍କ ପ୍ରେମରେ ପଡ଼ିଯାଇଥିଲେ । ବାଘଡାଲ ପଞ୍ଚାୟତର ସରପଞ୍ଚ ଲଲିତ ନାଗେଶଙ୍କ କହିବାନୁସାରେ, ମୁଁ ମୋର ଜୀବନରେ ପ୍ରଥମ ଥର ଏମିତି ବିବାହ ଦେଖିଛି । ଯେଉଁଠାରେ ଜଣେ ବ୍ୟକ୍ତି ଏକାସହିତ ଦୁଇଟି ମହିଳାଙ୍କ ସହିତ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ତେବେ ସିଆରପିଏଫ୍ ଯବାନଙ୍କ ଅଙ୍ଗନୱାଡି କର୍ମୀଙ୍କ ସହିତ ସମ୍ପର୍କ ଥିବା କଥା ତାଙ୍କ ପତ୍ନୀ ଜାଣିଥିଲେ । ଏହାପରେ ଅଙ୍ଗନୱାଡି କର୍ମୀଙ୍କ ସହିତ ସ୍ୱାମୀଙ୍କ ବିବାହକୁ ସେ ସ୍ୱୀକାର କରିଥିଲେ । ପତ୍ନୀଙ୍କ ନିଷ୍ପତ୍ତି ପରେ ଯବାନ ଏଭଳି ରୋଚକ ବିବାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ