ଗୋଟିଏ ମାସ ବିତିଲାଣି : ଗାଁ ବିଜୁଳି ଆଲୁଅ ରୁ ବଞ୍ଚିତ

ମୋହନା, (ଅଂଶୁମାନ ପଣ୍ଡା) :-କେନ୍ଦ୍ର ସରକାର ଗାଁ ଗାଁ କୁ ମାଗଣା ରେ ବିଦୂତ ସେବା ଯୋଗାଇଛନ୍ତି I ଲୋକେ ଅନ୍ଧାର ରୁ ବଞ୍ଚିତ ରହିଥିଲେ ଆଲୁଅ ପାଇ ପଠା ପଡ଼ି ପାରିବେ I ଛାତ୍ର ଛାତ୍ରୀ ତାକୁ ନଜର ରେ ରଖି ରାଜ୍ୟ ସରକାର ବିଜୁ ଗ୍ରାମ୍ୟ ଜ୍ୟାତି ଯୋଜନା ରେ ଗାଁ ଗାଁ କୁ ଆଲୋକ ଯୋଗାଇଥିବା ବୋଡ଼ ଲଗାଇଛନ୍ତି ହେଲେ ଆଜି ମଧ୍ୟ ଅନେକ ଗ୍ରାମ ଅଛି ବିଦୂତ ଖୁଣ୍ଟ ରହିଛି ତାର ଅଛି ମିଟର ଅଛି କିନ୍ତୁ ଲାଇଟ ଜଳିନୀ ମୋହନା ବ୍ଲକ ର ମାଳସ୍ପଦର ପଞ୍ଚାୟତ ମହୁଲ ପଦର ଗ୍ରାମ ପଞ୍ଚାୟତ ଠାରୁ ମାତ୍ର ୩କିମି ଦୂର ଏହି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ନିର୍ମାଣ ଚାଲିଛି ଏହି ରାସ୍ତା କାମ କରୁଥିବା ଠିକା ଦାର ବେଆଇନ ଭାବେ ପଥର ଫୁଟାଇ ବିଦୂତ ଖୁଣ୍ଟ ଭାଙ୍ଗି ଦେଇଛନ୍ତି ଯାହା ଦ୍ୱାରା ଗ୍ରାମ କୁ ଗୋଟିଏ ମାସ ହେଲା ବିଦୂତ ସଞ୍ଜଗ ବିଛିନ୍ନ ରହିଛି ଯାହା ଦ୍ୱାରା କି ଛାତ୍ର ଛାତ୍ରୀ ମାନେ ପାଠ ପଢା ରୁ ବଞ୍ଚିତ ରହିଛନ୍ତି I ଏପରିକି ରୁସେଇ କରିବାରେ ମଧ୍ୟ ବାଧା ସୃଷ୍ଟି ହେଉଛି I ଗାଁ ରେ ବିଦୂତ ନଥିବାରୁ ସନ୍ଧ୍ୟା ୬ଟା ହେଲେ ଘରେ ଚାଟି କବାଟ ପଡ଼ି ଯାଉଛି ଏହି ବିଷୟରେ ବିଦୂତ ବିଭାଗ ସବୁ ଜାଣି ଚୁପ ରହିଥିବା ଗ୍ରାମ ବାସୀ କହିଛନ୍ତି I ବିଦୂତ ନଥିବାରୁ ପିଲା ମାନେ ଲଣ୍ଠନ ଲଗାଇ ରହୁଥିବା ଦେଖିବାକୁ ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ