ଗୋଟିଏ ରାତିରେ ତିନି ବାଲି ଟ୍ରାକ୍ଟର ଜବତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଆଇନ୍ ବାଲି ଚାଲାଣକୁ ରୋକିବାରେ ବେଲଗୁଣ୍ଠା ପୋଲିସ୍ କୁ ଏକ ବଡ ସଫଳତା ମିଳିଛି I ଗୋଟିଏ ରାତିରେ ମାତ୍ର ଦୁଇରୁ ଅଢେଇ ଘଣ୍ଟା ସମୟ ଭିତରେ ତିନୋଟି ବାଲି ଟ୍ରାକ୍ଟରକୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ବେଲଗୁଣ୍ଠା ପୋଲିସ୍ I ସୂଚନା ପ୍ରକାରେ ଟିକରପଡ଼ା ଛକରୁ ଶନିବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ବାଲି ଚୋରାଚାଲାଣ ବେଳେ ବେଲଗୁଣ୍ଠା ପୋଲିସ୍ ବାଲି ଟ୍ରାକ୍ଟରକୁ ଜବତ କରିବା ସହ ପଟାଧାର ଗ୍ରାମର ମିଟୁ ଜେନାକୁ ଗିରଫ କରି ଏସ୍ଆଇ ବି.ଏନ୍ ମଲ୍ଳିକ ଘଟଣାର ତଦନ୍ତ କରୁଛନ୍ତି I ସେହିପରି ସନ୍ଧ୍ୟା ସାତ ଘଣ୍ଟା ତିରିଶି ମିନଟ୍ ସମୟରେ ଅନ୍ୟ ଏକ ବାଲି ଟ୍ରାକ୍ଟରକୁ ଜବତ କରିବା ସହ ଆମ୍ବପୁଆ ଗ୍ରାମର ସନିଆ ନାଇକକୁ ଗିରଫ କରି ଏସ୍ଆଇ ଏମ୍.ବେହେରା ଘଟଣାର ତଦନ୍ତ କରୁଛନ୍ତି I ରାତି ଆଠ ଘଣ୍ଟା ସମୟରେ ତୃତୀୟ ବାଲି ଟ୍ରାକ୍ଟରକୁ ଜବତ କରି ବରପଲ୍ଲୀ ଗ୍ରାମର ରବୀନ୍ଦ୍ର ନାଇକକୁ ଗିରଫ କରି ଏସ୍ଆଇ ନାରାୟଣ ନାୟକ ଘଟଣାର ତଦନ୍ତ କରୁଛନ୍ତି I ଏନେଇ ବେଲଗୁଣ୍ଠା ଥାନାରେ ଯଥାକ୍ରମେ ୩୭୯/୨୩,୩୮୦/୨୩ ଏବଂ ୩୮୧/୨୩ ରେ ତିନୋଟି ମାମଲା ରୁଜୁ ହୋଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ