ଗୋଟିଏ ରାତିରେ ଦୁଇ ସ୍ଥାନରେ ଘର ପୋଡି ଅଗ୍ନିକାଣ୍ଡ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ତହସିଲ ଅଧିନ ଘୋଡାଂଶ ପଂଚାୟତ ଚାନ୍ଦଖାଁପାଟଣା ଗ୍ରାମର ଟୁକୁନା ଭୋଇଙ୍କ ଘର ସମେତ ମଙ୍ଗୁଳି ଭୋଇ ଓ କାଳନ୍ଦି କାଣ୍ଡିଙ୍କ ଘର ପୋଡି ଯାଇଛି । ଏସଂକ୍ରାନ୍ତରେ ଟୁକୁନା ନାଉଗାଁ ଥାନାରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି । ଟୁକୁନାଙ୍କ ଅଭିଯୋଗ ମୁତାବକ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁବୃତ ନିଶା ଖାଇ ତାଙ୍କ ରୋଷେଇ ଘର ଓ ଶୋଇବା ଘରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିବା ଜାଣି ଘର ଲୋକ ଉଠି ପଡିଥିଲେ । ସଙ୍ଗେ ସଙ୍ଗେ ନାଉଗାଁ ଅଗି୍ନଶମ କେନ୍ଦ୍ରକୁ ଖବର ଦିଆଯାଇଥିଲା । ଖବର ପାଇ ନାଉଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ନିଶାଶକ୍ତ ଅବସ୍ଥାରେ ଘରେ କେହି ନିଆଁ ଲଗାଇ ଦେଇଥିବା ଯୋଗୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଟୁକୁନାଙ୍କ ଘର ଠାରୁ ପ୍ରାୟ ୧୦୦ ମିଟର ଦୁର ତଥା ଗ୍ରାମର ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ମଙ୍ଗୁଳି ଓ କାଳନ୍ଦିଙ୍କ ଘରେ ନିଆଁ ଲାଗିଥିବା ଜଣାଯାଇଛି । ଏହା କୌଣସି ଦୁବୃତଙ୍କ କାର୍ଯ୍ୟ ବୋଲି ସନ୍ଦେହ କରାଯାଉଛି । ଘର ପୋଡି ସ୍ଥାନକୁ ଜାମୁଗାଁ ରାଜସ୍ୱ ନିରୀକ୍ଷକ ବସନ୍ତ ଦାସ ପହଁଚି କ୍ଷୟକ୍ଷତି ଆକଳନ କରି ଫେରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ