ଗୋଟିଏ ରାତ୍ରୀରେ ଦୁଇଟି ଚୋରୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କୋରଡା ଗ୍ରାମରେ ଗତ କାଲି ରାତ୍ରୀରେ ଦୁଇଗୋଟି ଚୋରୀ ଅଭିଯୋଗ ହୋଇଥିବା ଜଣାପଡିଛି । ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ହୋଇଛି । ଆଙ୍କୋରଡା ଗ୍ରାମର ଯୋଗେଶ୍ୱରୀ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟରେ ଗତକାଲି ଶନିବାର ବିଳମ୍ବିତ ରାତ୍ରୀରେ ଦୁର୍ବୃତ ମାନେ କାର୍ଯ୍ୟାଳୟ ମୂଖ୍ୟ ଗେଟ ତାଲା ଭାଙ୍ଗି ଅଫିସ ଭିତରେ ପଶି ଗଡରେଜ ଆଲମିରା ଭାଙ୍ଗି ସେଥିରେ ଥିବା ଗୁରୁତ୍ୱପୁର୍ଣ୍ଣ ଫାଇଲପତ୍ର ଚୋରି କରି ନେଇଥିବା ଜଣାପଡିଛି । ଆଜି ସକାଳୁ ଏ ସମ୍ପର୍କରେ ଜଣାପଡିବା ପରେ ସମିତିର ସମ୍ପାଦକ କେ.ରାମବାବୁ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ଦେଇଥିଲେ । ଏହା ପରେ ଦୁର୍ବୃତମାନେ ଗ୍ରାମର ଶିବ ମନ୍ଦିର ପୁଜକ ସୁଧିର ରଣାଙ୍କ ଘରେ କେହି ନଥିବା ସୁଯୋଗ ପାଇ ଘରେ ପଶି ଆଲମିରା ଭାଙ୍ଗି ସେଥିରେ ଥିବା ନଗଦ ୨୦ ହଜାର,୨୦ ତୋଳା ରୁପା ଅଳଙ୍କାର ସହ ଟିଭି ଚୋରୀ କରିଥିବା ଅଭିଯୋଗ ହୋଇଛି । ଏତଲା ପାଇବା ପରେ ପୋଲିସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଆଇ.ଆଇ.ସି ବସନ୍ତ କୁମାର ସେଠୀ ସୁଚନା ଦେଇଛନ୍ତି ।