ଗୋଟିଏ ରିଭଲଭର , ଚାରି ଗୁଳି ସହ ଗୋଟିଏ ଖଣ୍ଡା ଜବତ ଓ ଜଣେ ଗିରଫ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗତକାଲି ରାତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନାର ଏସ୍.ଆଇ ଜ୍ୟୋସ୍ନାମୟୀ ସାହୁ ଏବଂ ଥାନାର ଅନ୍ୟ ଷ୍ଟାଫ ମାନେ ବରଙ୍ଗ ନାଳ ପାଖରେ ନାକା ଡିଉଟି କରୁଥିବା ସମୟରେ ଜଣେ ବ୍ୟକ୍ତି ଯାହାଙ୍କ ନାମ ରାହୁଲ ଓରଫ ପବିତ୍ର ନାୟକ ପିତା ନାରାୟଣ ନାୟକ ଗ୍ରାମ କାଳିଆପାଲ୍ଲୀ ଥାନା ଭଂଜନଗର ଅଞ୍ଚଳ ର ବୋଲି ଜଣାପଡିଛି | ସେ ଗୋଟିଏ ପଲସର ୨୨୦ ମୋଟରସାଇକେଲ ରେ ବେଲଗୁଣ୍ଠା ରୁ ଆସୁଥିବାବେଳେ ପୋଲିସ କୁ ଦେଖି ଗାଡି ବୁଲାଇ ପଳାଇଯାଉଥିବାବେଳେ ପୋଲିସ ର ସନ୍ଧେହ ହେବାରୁ ସେହି ଗାଡିକୁ ଗୋଡ଼ାଇ ଧରିବାରୁ ତାଙ୍କ ଠାରୁ ଗୋଟେ ରିଭଲଭର ସହିତ ୪ଟି ଗୁଳି, ଗୋଟେ ଖଣ୍ଡା, ଗୋଟେ ମୋବଇଲ ଫୋନ ଏବଂ ୩୦୦ ଟଙ୍କା ଜବତ କରାଯାଇଛି |ଏ ସଂକ୍ରାନ୍ତରେ ଥାନା ରେ କେଶ ନ ୨୯୦/୨୪ ରେ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି |ତାଙ୍କ ନାମରେ ପୂର୍ବରୁ ଭଞ୍ଜନଗର ଏବଂ ଗାଙ୍ଗପୁର ଥାନାରେ ୭ ଟି କେସ ଅଛି |


