ଗୋଟିଏ ସନ୍ତାନ, ତିନି ବାପା

କୋଲକାତାର ଏକ ଡାକ୍ତରଖାନାରେ ସନ୍ତାନ ଜନ୍ମ ହେବା ପରେ ଏପରି ଏକ ପରିସ୍ଥିତି ସୃଷ୍ଟି ହେଲା ଯେ, ବାଧ୍ୟରେ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ଡକାଇଲେ । ପରେ ପୁଲିସ ଏହି ମାମଲାର ସମାଧାନ କରିଥିଲା । ଡାକ୍ତରଖାନାରେ ୨୧ବର୍ଷିୟ ଜଣେ ମହିଳା ନିକଟରେ ସନ୍ତାନକୁ ଜନ୍ମ ଦେଇଥିଲେ । ଏହା ପରେ ଜଣେ ନୁହେଁ ତିନି ଜଣ ବ୍ୟକ୍ତି ପହଞ୍ôଚ ନିଜକୁ ସନ୍ତାନର ବାପା ବୋଲି ଦାବି କରିଥିଲେ । ଆଇଆରଆଇଏସ୍‍ ଡାକ୍ତରଖାନାରେ ଏହି ଘଟଣା ଘଟିଥିଲା । ପ୍ରଥମେ ଜଣେ ବ୍ୟକ୍ତି ଉକ୍ତ ମହିଳାଙ୍କ ସ୍ୱାମୀ ବୋଲି କହି କନ୍ୟା ସନ୍ତାନର ବାପା ବୋଲି କହି ଫର୍ମ ପୂରଣ କରିଥିଲେ । ଏହାପରେ ମହିଳାଙ୍କର ଅପରେସନ୍‍ ହୋଇଥିଲା ଏବଂ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ । ଏହା ପରେ ଆଉ ଦୁଇ ଜଣ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ôଚଥିଲେ ଉକ୍ତ କନ୍ୟା ସନ୍ତାନର ବାପା ବୋଲି ଉଲ୍ଲେଖ କରି । ବାଧ୍ୟରେ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ଡକାଇଥିଲେ । ପୁଲିସ ଏହି ଦୁଇ ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରୁ ବାହାରକୁ ନେଇଥିଲେ ଏବଂ ସେମାନଙ୍କୁ ବିବାହ ସାର୍ଟିଫିକେଟ ଦେବା ପାଇଁ କହିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସନ୍ଧ୍ୟାରେ ବିବାହ ସାର୍ଟିଫିକେଟ୍ ଦେଖାଇଥିଲା ବେଳେ ପ୍ରଥମ ବ୍ୟକ୍ତି ଜଣଙ୍କ ସ୍ୱୀକାର କରିଥିଲେ ଯେ, ଉକ୍ତି ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବନ୍ଧୁ ବୋଲି । ହେଲେ ମହିଳାଙ୍କ ମା’ ଜଣଙ୍କ ସେହି ବ୍ୟକ୍ତିଙ୍କୁ ଚିହ୍ନିନଥିବା କହିଥିଲେ । ବାଧ୍ୟରେ ପୁଲିସକୁ ନିଷ୍ପତ୍ତି ନେବା ପାଇଁ ମହିଳାଙ୍କ ଚେତା ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା । ଶନିବାର ଓ ରବିବାର ଏହି ଘଟଣା ଘଟିଥିଲାବେଳେ ସୋମବାର ଆଉ ଜଣେ ବ୍ୟକ୍ତି ପହଞ୍ôଚ ନିଜକୁ ଉକ୍ତ ସନ୍ତାନର ବାପା ବୋଲି ଦାବି କରିଥିଲେ । ସେ କହିଥିଲେ ମୁଁ ଉକ୍ତ ମହିଳାଙ୍କ ସ୍ୱାମୀ ନୁହେଁ, ହେଲେ ତାଙ୍କ ସନ୍ତାନର ବାପ । ଆଉ ଚେତା ଫେରିବା ପରେ ମହିଳା ଜଣକ ଦ୍ୱିତୀୟ ବ୍ୟକ୍ତିଙ୍କୁ ତାଙ୍କ ସନ୍ତାନର ବାପା ବୋଲି ସ୍ୱୀକାର କରିଥିଲେ । ପୁଲିସ ପକ୍ଷରୁ କୁହାଯାଇଛି ଯେ, ଗତ ଏପ୍ରିଲ ମାସରେ ଏହି ମହିଳାଙ୍କର ବିବାହ ହୋଇଥିଲା । ହେଲେ ଶ୍ୱଶୁରଘର ଲୋକେ ତାଙ୍କୁ ବୋହୂ ବୋଲି ସ୍ୱୀକାର କରିନଥିଲେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଝଗଡ଼ା ପରେ ମହିଳା ଜଣଙ୍କ ସ୍ୱାମୀଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଯେଉଁ କାରଣରୁ ସ୍ୱାମୀଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଏହା ପରେ ସେମାନଙ୍କ ମଧ୍ୟରେ ବିବାଦ ସମାଧାନ ହୋଇଥିଲା । କିଛି ଦିନ ପରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ । ହେଲେ ଉକ୍ତ ଯୁବକ ବିବାହର ବୟସ ହୋଇନଥିବା କହି ବାହାଘର ଗଡ଼ାଉଥିଲେ । ମାତ୍ର ପରେ ସେମାନେ ବିବାହ କରିଥିଲେ ମଧ୍ୟ ଅଲଗା ଅଲଗା ରହୁଥିଲେ । ଡାକ୍ତରଖାନାକୁ ଆସିଥିବା ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ଶେଷରେ ମହିଳାଙ୍କ ସ୍ୱାମୀ ବୋଲି ପ୍ରମାଣ ମିଳିଥିଲା । ହେଲେ ଅଦ୍ୟାବଧି ଅନ୍ୟ ଦୁଇ ଜଣ ବ୍ୟକ୍ତି କାହିଁକି ମହିଳାଙ୍କ ସ୍ୱାମୀ ବୋଲି ଦାବି କରିଥିଲେ ତାହାର ସଠିକ୍ ପ୍ରମାଣ ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ