ଗୋଟିଏ ସ୍ଥାନରେ ମିଳୁଛି ବିଭିନ୍ନ ରାଜ୍ୟର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ

ବାରିପଦା,(ମୁରାରୀ ମୋହନ ମହାପାତ୍ର ):ବାରିପଦା ଛଉ ପଡିଆ ଠାରେ ହ୍ୟାଣ୍ଡଲୁମ ଏକ୍ସପୋ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି. ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ଯୁବନେତା ତଥା ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିବା ସହିତ ଗୋଟିଏ ସ୍ଥାନରେ ଭାରତର ବିଭିନ୍ନ ରାଜ୍ୟର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳୁଥିବାରୁ ଆୟୋଜକ ସଂସ୍ଥାକୁ ସାଧୁବାଦ ଜଣାଇଥିଲେ. ଏହି ପ୍ରଦର୍ଶନୀ ରେ 18 ଟି ରାଜ୍ୟରୁ 50ଟି ଷ୍ଟଲ ଖୋଲା ଯାଇଛି. ପ୍ରଦର୍ଶନୀ ରେ ବନାରସୀ କଟନ ଶାଢ଼ୀ, ବଙ୍ଗାଳୀ ଶାଢ଼ୀ, ଲକ୍ଷ୍ନୌର ଚିକେନବର୍କ କୁର୍ତ୍ତି ଏବଂ ଶାଢ଼ୀ, କାଶ୍ମୀର ଶାଢ଼ୀ ଏବଂ ଶାଲ, ମହିଳା ମାନଙ୍କର କୁର୍ତ୍ତି, କାଶ୍ମୀର କୁର୍ତ୍ତି, ନାଇଟି, ରାଜସ୍ଥାନୀ ପ୍ରିଣ୍ଟେଡ ବେଡସିଟ ଏବଂ ବେଡ କଭର, ଉତ୍ତର ପ୍ରଦେଶର ବେଡସିଟ, ତକିଆ ଖୋଳ, ଖସଡା ବେଡସିଟ, ଶୋଫା ଓ ଟେବୁଲ କଭର, ପଞ୍ଜାବୀ କୁର୍ତ୍ତି ସହିତ କୃତ୍ରିମ ଜୁୟେଲାରୀ ଏବଂ ଆହୁରି ଅନେକ ସୌଖିନ ସାମଗ୍ରୀ ପ୍ରଦାର୍ଶନିରେ ମିଳୁଥିବାରୁ ଗ୍ରାହକ ମାନଙ୍କର ଭିଡ଼ ଲାଗିଛି. ଏହି ପ୍ରଦର୍ଶନି ଆଗାମୀ ନଭେମ୍ବର 17ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରତିଦିନ ଦିବା 11ଘଟିକାରୁ ରାତ୍ର 10 ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜଣାଯାଇଛି. ଅତିଥି ମାନେ ପ୍ରଦର୍ଶନି ବୁଲି ଦେଖିଥିବା ବେଳେ ଅନୁଷ୍ଠାନର ମେନେଜର ଅଭିଷେକ ମିଶ୍ର, ଅବିନାଶ ଯାଦବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ