ଗୋଟିପୁଅ ଏବଂ ପାଇକ ନୃତ୍ୟଗୁରୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ଲୋକକଳା ଓ ଲୋକ କଳାକାର ମହାସଂଘ ତରଫରୁ ଗୋଟିପୁଅ ନୃତ୍ୟଗୁରୁ ଶ୍ରୀ ବୀରବର ସାହୁ ଏବଂ ପାଇକ ନୃତ୍ୟଗୁରୁ ଶ୍ରୀ ଦୀନବନ୍ଧୁ ବିଶ୍ୱାଳ ଦୁଇ ନୃତ୍ୟଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ନକ୍ଷତ୍ର ଗୁରୁକୁଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ଲୋକନୃତ୍ୟ ଦଳର ସମସ୍ତ ଗୁରୁ ଏବଂ ଶିଷ୍ୟମାନେ ଉପସ୍ଥିତ ରହି ଦୁଇ ଗୁରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିରେ ଗୁରୁ ବିମ୍ବାଧର ଦାସ, ଗୁରୁ ଲିଙ୍ଗରାଜ ବାରିକ, ଗୁରୁ ଗୋବିନ୍ଦ ପାଳ, ଗୁରୁ ନିରଞ୍ଜନ ରାଉତ, ଗୁରୁ ଅଶୋକ ଘୋଷାଲ, ଗୁରୁ ମୀନାକ୍ଷୀ ବେହେରା, ଗୁରୁ ଧନେଶ୍ୱର ସ୍ୱାଇଁ, ଗୁରୁ ରାମହରି ଦାସ ପ୍ରମୁଖ ଉପସ୍ଥିତ ରହି ନୃତ୍ୟ ଏବଂ ପାଇକ ଆଖଡ଼ା କ୍ଷେତ୍ରରେ ଏହି ଦୁଇ ଗୁରୁଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ନୃତ୍ୟଗୁରୁ ଶ୍ରୀ ସାହୁଙ୍କ ନିଷ୍ଠା ଓ ଉଦ୍ୟମ ବଳରେ ବହୁ ଛାତ୍ର ଆଜି ନୃତ୍ୟ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ôଚ ପାରିଛନ୍ତି । ସେହିପରି ପାଇକ ନୃତ୍ୟଗୁରୁ ଶ୍ରୀ ବିଶ୍ୱାଳ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଓଡ଼ିଶାରେ ପାଇକ ଆଖଡ଼ା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ଶ୍ରଦ୍ଧାଞ୍ଜଳି ସଭା ଡଃ ଚିତ୍ତରଞ୍ଜନ ମଲିଆ ପରିଚାଳନା କରିଥିବା ବେଳେ ଗୁରୁ ବିଜୟ କୁମାର ସାହୁ, ଚିତ୍ରସେନ ସ୍ୱାଇଁ, ଓଡ଼ିଶା ଲୋକ କଳା ଓ ଲୋକ କଳାକାର ପରିବାର ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଶେଷରେ ସନ୍ଧ୍ୟାରେ ଦୁଇ ଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ