ଗୋଠଦା ମଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଉଦଯାପିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକ ଅନ୍ତର୍ଗତ ଗୋଠଦାରେ ସିଦ୍ଧ ମହାପୁରୁଷ ଶ୍ରୀ ଶ୍ରୀ ନୀଳକଂଠେଶ୍ୱର ଗୋସ୍ୱାମୀଙ୍କ ପୀଠରେ ପବିତ୍ର ଚନ୍ଦନ ଯାତ୍ରା ଉପଲକ୍ଷେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ଗୋଠଦା ମଠାଧୀଶ ମହନ୍ତ ଚିନ୍ତାମଣୀ ପର୍ବତ ଗୋସ୍ୱାମୀଙ୍କ ପୈାରହିତ୍ୟରେ ଆୟୋଜିତ ସନ୍ଥ ସମ୍ମିଳନୀରେ ବାବା ସତ୍ୟାନନ୍ଦ ଦାସ ମହାରାଜ, ରାମକଷ୍ଣ ଦାସ ମହାରାଜ ଆଦି ଯୋଗ ଦେଇ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଆଶ୍ରୀ ବଚନ ପ୍ରଦାନ କରିଥିଲେ । ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ଶୁଭାଧିବାସ, ଅଙ୍କୁରୋପଣ, ଯଜ୍ଞାଶାଳା ପ୍ରତିଷ୍ଠା,କଳସ ଶୋଭାଯାତ୍ରା ଓ ଅଗ୍ନି ସ୍ଥାପନ ଆଦି କରାଯାଇଥିଲା । ପ୍ରତ୍ୟେହ ସଂଧ୍ୟାରେ ସାଧୁସନ୍ଥ ଓ ପ୍ରବକ୍ତାଙ୍କ ଦ୍ୱାରା ଶିବ ମହିମା ପ୍ରବଚନ, ସଂକୀର୍ତନ ସମାରୋହ, ଭଜନ ସମାରୋହ, ଓଡିଶୀ ନୃତ୍ୟ ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ସାଧୁ ସମାଜର ପ୍ରାଦେଶିକ ସଭାପତି ମହନ୍ତ ଶ୍ରୀରାମକୃଷ୍ଣ ଦାସ ମହାରାଜ ପୌରହିତ୍ୟ କରୁଥିବା ବେଳେ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ