ଗୋଠଦା ମଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଉଦଯାପିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗୋଠଦା ମଠରେ ପବିତ୍ର ଚନ୍ଦନ ଯାତ୍ରା ଉପଲକ୍ଷେ ମଙ୍ଗଳବାର ଠାରୁ ଅନୁଷ୍ଠିତ ହୋଇଥିବା ବିଶ୍ୱଶାନ୍ତି ରୁଦ୍ରମହାଯଜ୍ଞ ଗୁରୁବାର ଉଦ୍ଯାପିତ ହୋଇଯାଇଛି । ଏହି ମହାଯଜ୍ଞରେ ଶୁଭାଧିବାସ, କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା ଆଦି କରାଯିବା ସହିତ ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ଏହି ମହାନ ପବିତ୍ର ଯଜ୍ଞାନୁଷ୍ଠାନକୁ ଭାରତ ସାଧୁସମାଜର ପ୍ରାଦେଶିକ ସଭାପତି ମହନ୍ତ ଶ୍ରୀରାମକୃଷ୍ଣ ଦାସ ମହାରାଜ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଗୋଠଦା ମଠର ମଠାଧୀଶ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୋଠଦା ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଂଚଳ ଲୋକମାନେ ପରିଚାଳନାରେ ସହଯୋଗ କରିଥିଲେ ।