ଗୋଦରେଜ୍ ଆପ୍ଲାଏନ୍ସେସ୍ ର ପରିବେଶ ମିତବ୍ୟୟୀ ଏସି

ନୂଆଦିଲ୍ଲୀ, (ଏଜେନ୍ସି): ଗୋଦରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ବିଶ୍ୱର ସବୁଠୁ ପରିବେଶ ମିତବ୍ୟୟୀ ଏୟାର କଣ୍ଡିସନର (ଏସି) ଉନ୍ମୋଚନ କରାଯାଇଛି । ଏହାକୁ ବିଶ୍ୱ ତାପାୟନର ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହି ଉତ୍ପାଦ ବର୍ଗରେ ୩୮ଟି ମଡେଲ୍ ରହିଛି । ଯେଉଁଥିରେ ବିଶ୍ୱର ସବୁଠୁ ପରିବେଶ ମିତବ୍ୟୟୀ ରେଫ୍ରିଜରାଣ୍ଟ-ଆର୍୨୯୦ ଏବଂ ଆର୍୩୨କୁ ବ୍ୟବହାର କରାଯାଇଛି । ଏହି ଏସିଗୁଡ଼ିକ ସର୍ବାଧିକ ଶୀତଳତା ପ୍ରଦାନ କରିବ ସହ ପରିବେଶ ଉପରେ ସର୍ବନିମ୍ନ ପ୍ରଭାବ ପକାଇବ । ଏଥିରେ “ସର୍ବନିମ୍ନ ଗ୍ଲୋବାଲ୍ ୱାର୍ମିଂ ସମ୍ଭାବନା’ ରହିଛି । ଏହି ଏସିଗୁଡ଼ିକରେ ଇନଭର୍ଟର୍ ପ୍ରଯୁକ୍ତି, ଟ୍ୱିନ୍ ରୋଟାରି କମ୍ପ୍ରେସର ଏବଂ ସ୍ମାର୍ଟ ଆଇଓଟି ରହିଛି । ବାୟୁ ପ୍ରଦୂଷଣକୁ ଦୂର କରିବା ପାଇଁ ଏଥିରେ ଆକ୍ଟିଭ୍ କାର୍ବନ, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟିି ଡଷ୍ଟ ଫିଲ୍ଟର୍ ରହିଛି । ଏହି ଏସିଗୁଡ଼ିକର ସମସ୍ତ ଇନଭର୍ଟର କମ୍ପ୍ରେସର ଉପରେ ୧୦ ବର୍ଷର ୱାରେଣ୍ଟିି ଏବଂ କମ୍ପ୍ରେସର ଉପରେ ୫ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଛି । ଆର୨୯୦ ରେଫ୍ରିଜରାଣ୍ଟ କଣ୍ଡେନସରରେ ଅତିରିକ୍ତ ୫ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଛି । ଏହି ଏସିଗୁଡ଼ିକର ମୂଲ୍ୟ ୨୭,୯୦୦ ଟଙ୍କାରୁ ଆରମ୍ଭ ହୋଇ ୭୩,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ