ଗୋଦରେଜ୍ ପକ୍ଷରୁ ଏସି ବର୍ଗମାଳାର ବିସ୍ତାର ସହ ୫୦% ବ୍ୟବସାୟିକ ଅଭିବୃଦ୍ଧି ହାସଲ ଲକ୍ଷ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗ୍ରୀଷ୍ମ ଋତୁର ଆଗମନ ସହିତ ତାପମାତ୍ରା ବଢ଼ୁଥିବା ବେଳେ ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ୍ର ଅଂଶ ଗୋଦରେଜ୍ ଆଣ୍ଡ୍ ବଏସ୍ର ଆପ୍ଲାଏନ୍ସେସ୍ ବ୍ୟବସାୟ ପକ୍ଷରୁ ନୂଆ ଏସି ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ସେଥିରେ ଏକାଧିକ ପ୍ରକାରର କ୍ଷମତା, ଟନେଜ୍, ପାୱାର ରେଟିଂ ଓ ପ୍ରଯୁକ୍ତି ରହିଛି । ଚଳିତ ବର୍ଷ ଏହି କ୍ଷେତ୍ରରେ ୨ ଗୁଣା ବୃଦ୍ଧି ହୋଇଥିବାବେଳେ କମ୍ପାନି ଚଳିତ ଗ୍ରୀଷ୍ମ ଋତୁରେ ୫୦ ପ୍ରତିଶତ ବ୍ୟବସାୟିକ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି ।
ଗତବର୍ଷର ପ୍ରକୃତି ଅନୁପ୍ରାଣିତ ଭୋଗ ସିରିଜ୍ ଅନୁଯାୟୀ କମ୍ପାନି ପକ୍ଷରୁ ନୂଆ ଉଡ୍ ଫିନିସ୍ ଏସି ଉନ୍ମୋଚନ କରାଯାଇଛି ଏବଂ ମାର୍ବଲ ସିରିଜ୍ ସହିତ ତାହାକୁ ଆହୁରି ସମ୍ପ୍ରସାରଣ କରାଯାଇଛି ଯାହା ସାଜସଜ୍ଜା ଅନୁକୂଳ ଡିଜାଇନ୍ ପ୍ରଦାନ କରିବା ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ସୁଦୃଢ଼ କରିପାରିଛି । ନୂଆ ଡିଜାଇନ୍କୁ ୱିଣ୍ଡୋ ଏସି ଓ ନୂଆ ଟପ୍ ଥ୍ରୋ ୱିଣ୍ଡୋ ଏସିରେ ସାମିଲ କରାଯାଇଛି । ଏଥି ସହିତ କମ୍ପାନି ଟାୱାର ଓ କ୍ୟାସେଟ୍ ଏସି ଉନ୍ମୋଚନ ସହିତ ବାଣିଜ୍ୟିକ ଏସି ବର୍ଗରେ ପ୍ରବେଶ କରି ଏହାର ଗ୍ରାହକ ସଂଖ୍ୟା ସମ୍ପ୍ରସାରଣ କରୁଛି । ବୃହତ ଆବାସିକ ସ୍ଥାନ ଓ ବାଣିଜ୍ୟିକ କ୍ଷେତ୍ରର ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ଲାଗି ତାହା ପ୍ରସ୍ତୁତ କରାଯାଇଛି ।୫-ଷ୍ଟାର୍ ଏସି ପୋର୍ଟଫୋଲିଓରେ ଅଧିକ ଏସ୍କେୟୁ ସହିତ ଉଚ୍ଚ କ୍ଷମତାର ଏସି ୩ରୁ ୪ ଟନ୍ ପର୍ଯ୍ୟନ୍ତ ରହିଛି । ନୂଆ ଡିଜାଇନର୍ ମଡେଲ୍, ଆଂଟି ଲିକ୍ ଏସି ସହିତ ଏଆଇର ଶକ୍ତି ଥିବା ଏସି, ହଟ୍ ଓ କୋଲ୍ଡ ଏସି ପର୍ଯ୍ୟନ୍ତ କମ୍ପାନି ଏହାର ଅଭିବୃଦ୍ଧି ଅଭିଳାଷ ପୂରଣ କରିବା ଲାଗି ଏହାର ଦୃଢ଼ ଉତ୍ପାଦ ପୋର୍ଟଫୋଲିଓ ଉପରେ ଭରସା ପ୍ରକଟ କରିଛି । ଚଳିତ ବର୍ଷ କମ୍ପାନି ପକ୍ଷରୁ ସ୍ମାର୍ଟ ଏସି ବର୍ଗରେ ଏକାଧିକ ମଡେଲ୍ ଉନ୍ମୋଚନ କରି ଏହି କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି । ଏଆଇର ଶକ୍ତି ଥିବା ଗୋଦରେଜ୍ ସ୍ମାର୍ଟ ଏସି, ଆଇଓଟି ସଂଯୋଗ ଏବଂ ୱାଇ-ଫାଇ ନିୟନ୍ତ୍ରଣ ଭଳି ସୁବିଧା ବ୍ୟବହାରକାରୀଙ୍କ ସହଜତା ବଢ଼ାଇଛି । ଏକ ୩୬୦ ଡିଗ୍ରି ଅଭିଯାନ ସହିତ ଗ୍ରାହକଙ୍କ ପାଖରେ ତାହାକୁ ପହଂଚାଯାଇଛି ।ଏହି ଅବସରରେ ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ୍ର ଆପ୍ଲାଏନ୍ସେସ୍ ବ୍ୟବସାୟର ବ୍ୟବସାୟ ମୁଖ୍ୟ ଓ ଇଭିପି କମଲ ନନ୍ଦୀ କହିଛନ୍ତି ଯେ, “ଗ୍ରାହକମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା ପାଇଁ ଚିନ୍ତାଶୀଳ ନବସୃଜନକୁ ନେଇ ରହିଥିବା ଆମ ଦର୍ଶନକୁ ଆମେ ପାଳନ କରୁଛୁ । ରିମୋଟ ଜରିଆରେ ସଂଯୋଗ ଓ ଭଏସ କମାଣ୍ଡ ଭଳି ନିୟମିତ ସୁବିଧାଠାରୁ ଆଗକୁ ବଢ଼ି ଆମ ସ୍ମାର୍ଟ ଏସି ବର୍ଗମାଳା ଚମତ୍କାର ସମାଧାନ ପ୍ରଦାନ କରୁଛି ଯାହା ମୂଳ ଶୀତଳତା ପ୍ରଦର୍ଶନକୁ ବଢ଼ାଇବ କିମ୍ବା ବାସ୍ତବ ସୁବିଧାରେ ଉନ୍ନତି ଆଣିବ । ନିରବଚ୍ଛିନ୍ନ ଶୀଳତା ପ୍ରଦର୍ଶନ ଓ ଉନ୍ନତ ଦକ୍ଷତା ପାଇଁ ସ୍ମାର୍ଟ ଫିଲ୍ଟର ସଫା କରିବା ନୋଟିଫିକେସନ୍ ଭଳି ସୁବିଧା ସହିତ ସ୍ମାର୍ଟ ସିଡ୍ୟୁଲର ଏସିକୁ ଆପେ ଚାଲୁ ଓ ବନ୍ଦ କରିବ, ଯାହା ଫଳରେ ରିମୋଟ୍ ଓ ଭଏସ କମାଣ୍ଡ ଅଦରକାରୀ ହୋଇପଡ଼ିବା ସହ ଆପଣ ପୂର୍ବରୁ ନିର୍ଧାରଣ କରିଥିବା ତାପମାତ୍ରାରେ ଏସି ଆପେ ଚାଲିବ । ଏଥି ସହିତ ଶକ୍ତି ନିରୀକ୍ଷଣ, ରିମୋଟ ଡାଏଗ୍ନୋସିସ୍, ସହଜରେ ସର୍ଭିସ୍ ଓ ଆହୁରି ବହୁତ କିଛି ସହିତ ଏହି ଭଏସ୍ ଓ ଆପ୍ ସଶକ୍ତ ସ୍ମାର୍ଟ ଏୟାର କଣ୍ଡିସନରଗୁଡ଼ିକୁ ଭାରତୀୟ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏଆଇର ଶକ୍ତି ଥିବା ମେସିନ୍ଠାରୁ ଆରମ୍ଭ କରି ପେଟେଂଟ୍ କରାଯାଇଥିବା ଆଂଟି ଲିକ୍ ପ୍ରଯୁକ୍ତି, ସ୍ୱତନ୍ତ୍ର ଉଡ୍ ଫିନିସ୍ ଏସି ଏବଂ ସ୍ମାର୍ଟ ଏସି ଓ କମର୍ସିଆଲ୍ ଏସି ଜରିଆରେ ଆମେ ଗ୍ରାହକମାନଙ୍କ ପ୍ରିମିୟମ୍ ଆବଶ୍ୟକତା ପୂରଣ କରିବାକୁ ଉଦ୍ୟମ କରୁଛୁ ।”ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ୍ର ଆପ୍ଲାଏନ୍ସେସ୍ ବ୍ୟବସାୟର ଉତ୍ପାଦ ଗ୍ରୁପ୍ ମୁଖ୍ୟ-ଏସି ସବ୍ୟସାଚୀ ଗୁପ୍ତା କହିଛନ୍ତି ଯେ, “ଗ୍ରାହକମାନେ ଆଜିକାଲି ଶୈଳୀ, ପ୍ରଦର୍ଶନ ଏବଂ ସ୍ମାର୍ଟ ସୁବିଧାର ମିଶ୍ରଣ ଚାହୁଁଛନ୍ତି । ଆମେ ଆମର ବ୍ୟାପକ ନୂତନ ଏସି ପୋର୍ଟଫୋଲିଓ ପ୍ରଚଳନ କରି ଖୁସି ଅନୁଭବ କରୁଛୁ ଯାହା ଉଚ୍ଚ ଶକ୍ତି ରେଟିଂ, ଡିଜାଇନ୍, ଏଆଇ ଚାଳିତ, ସ୍ମାର୍ଟ କନେକ୍ଟେଡ୍ ପୋର୍ଟଫୋଲିଓଠାରୁ ଆରମ୍ଭ କରି ବାଣିଜ୍ୟିକ ଏସି ପର୍ଯ୍ୟନ୍ତ ଉଚ୍ଚ ଶୀତଳ କ୍ଷମତା ଥିବା ଆମର ଉପଭୋକ୍ତାଙ୍କ ଭିନ୍ନ ଭିନ୍ନ ଆବଶ୍ୟକତାକୁ ପୂରଣ କରୁଛି । ନୂଆ ସ୍ମାର୍ଟ ଏସି ବର୍ଗମାଳାକୁ ବ୍ୟାପକ ଅଭିଯାନ ସମର୍ଥନ କରିବ । ଏସି ଗ୍ରହଣ କରିବା ଏବଂ ଉପଭୋକ୍ତାଙ୍କୁ ସହାୟତା କରିବା ପାଇଁ ଆମେ ସହଜ ଇଏମଆଇ ବିକଳ୍ପ ବ୍ୟତୀତ ସେବା ଶୁଳ୍କ, ଗ୍ୟାସ୍ ରିଫିଲ୍ ଚାର୍ଜ ଏବଂ ଏପରିକି ରିମୋଟ୍ ବଦଳାଇବା ଖର୍ଚ୍ଚ ଛାଡ଼ ସହିତ ଏହାର ଏକ ୫ ବର୍ଷର ବ୍ୟାପକ ୱାରେଂଟି ମଧ୍ୟ ପ୍ରଦାନ କରୁଛୁ ଯେଉଁଥିରେ କୌଣସି ଲୁକ୍କାୟିତ ଖର୍ଚ୍ଚ ନାହିଁ । ଗୋଟିଏ ପଟେ ଗ୍ରୀଷ୍ମର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ନୂଆ ପ୍ରିମିୟମ ହୋମ୍ ଏୟାର କଣ୍ଡିସନର ନିର୍ମାଣ ହେଉଥିବାରୁ ଗତବର୍ଷ ତୁଳନାରେ ଚଳିତ ଗ୍ରୀଷ୍ମଋତୁରେ ଏସି ବିକ୍ରିରେ ୫୦% ରୁ ଅଧିକ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।”ନୂଆ ସ୍ମାର୍ଟ ଏସିର ଦାମ୍ ୪୨,୯୦୦ ଟଙ୍କାରୁ ଆରମ୍ଭ ହୋଇଛି ଏବଂ ସାରା ଭାରତରେ ସ୍ୱୀକୃତିପ୍ରାପ୍ତ ଷ୍ଟୋର୍ ଓ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ ।