ଗୋଦାବରି ବାୟୋରିଫାଇନାରିଜ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଅକ୍ଟୋବର ୨୩ ବୁଧବାର ଖୋଲିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୋଦାବରି ବାୟୋରିଫାଇନାରିଜ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଅକ୍ଟୋବର ୨୩ରେ ଖୋଲିବ । କମ୍ପାନି ପକ୍ଷରୁ ନୂତନ ଇକ୍ୱିଟି ସେୟାର ଜାରି କରି ୩୨୫ କୋଟି ଟଙ୍କା ସଂଗ୍ରହ କରିବା ପ୍ରସ୍ତାବ ରହିଥିବା ବେଳେ ନିବେଶକମାନେ ଅଫର ଫର୍ ସେଲ୍‌ରେ ୬,୫୨୬,୯୮୩ ଇକ୍ୱିଟି ସେୟାର ବିକ୍ରି ପରିବେ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୩୩୪ ଟଙ୍କାରୁ ୩୫୨ ଟଙ୍କା ମଧ୍ୟରେ ନିର୍ଧାରଣ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୪୨ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୪୨ଟି ଲେଖାଏଁ ଇକ୍ୱିଟି ସେୟାର ସେଥିରେ ଯୋଡ଼ିପାରିବେ ।ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେଥିରୁ ୨୪୦ କୋଟି ଟଙ୍କାକୁ କମ୍ପାନି ହାସଲ କରିଥିବ କେତେକ ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ ।ଅଫର ଫର୍ ସେଲ୍‌ରେ ସୋମାୟିଆ ଏଜେନ୍‌ସିଜ୍ ପ୍ରାଇଭେଟ୍ ଲିମିଟେଡ୍ ୫୦୦,୦୦୦ ଇକ୍ୱିଟି ସେୟାର, ସମିର ଶାନ୍ତିଲାଲ ସୋମୟିଆ ୫୦୦,୦୦୦ ଇକ୍ୱିଟି ସେୟାର, ଲକ୍ଷ୍ମୀୱାଡିମାଇନ୍‌ସ ଆଣ୍ଡ ମିନେରାଲ୍‌ସ ପ୍ରାଇଭେଟ୍ ଲିମିଟେଡ୍ ୨୦୦,୦୦୦ ଇକ୍ୱିଟି ସେୟାର, ଫିଲମେଡିଆ କମ୍ୟୁନିକେସନ ସିଷ୍ଟମ୍‌ସ ପ୍ରାଇଭେଟ୍ ଲିମିଟେଡ୍ ୩୦୦,୦୦୦ ଇକ୍ୱିଟି ସେୟାର, ସୋମିୟା ପ୍ରପର୍ଟିଜ୍ ଇନଭେଷ୍ଟମେଂଟ୍ ପ୍ରାଇଭେଟ୍ ଲିମିଟେଡ୍ ୧୦୦,୦୦୦ ଇକ୍ୱିଟି ସେୟାର ଓ ମଣ୍ଡଳ କ୍ୟାପିଟାଲ୍ ଏଜି ଲିମିଟେଡ୍ ୪,୯୨୬,୯୮୩ ଇକ୍ୱିଟି ସେୟାର ବିକ୍ରି କରିବେ ।ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ । ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ । ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ ।ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ।

Spread the love

Advertisement

ଏବେ ଏବେ