ଗୋଦାମ ଉପରେ ଚଢ଼ଉ: ବିପୁଳ ପରିମାଣର ଗୁଟ୍‌ଖା ଜବତ

ଜୟପୁର, (ୱାଇଏନ୍‌ଏସ୍‌) : ରାଜ୍ୟରେ ଲକ୍‌ଡ଼ାଉନ୍ ଜାରି ରହିଥିବା ବେଳେ ଜୟପୁର ସହରରେ ବେଧଡ଼କ ଭାବେ ଗୁଟଖା ଓ ତମାଖୁ ବିକ୍ରି ଚାଲିଛି । ଏନେଇ ଆଜି ସ୍ଥାନୀୟ ପୋଲିସ, ତହସିଲଦାର ଓ ପୌରପରିଷଦ ମିଳିତ ଭାବେ ଭଦ୍ରାୟା ସାହିରେ ଚଢ଼ାଉ କରିଛନ୍ତି । ଦୋକାନ ଓ ଦୁଇଟି ଗୋଦାମ ଉପରେ ଚଢ଼ଉ କରି ୧୬ ବସ୍ତା ଗୁଟ୍‌ଖା ଜବତ କରିଛନ୍ତି । ଏନେଇ କାହାରିକୁ ଗିରଫ କରାଯାଇନ ନାହିଁ । ସହରରେ ଚୋରାରେ ଏହା କାରବାର ଚାଲିଥିବା ବେଳେ ଏହି ଗୁଟ୍‌ଖା ଓ ତମାଖୁ ପାନ ଦୋକାନ, ତେଜରାତି ଦୋକାନରେ ଚଢ଼ା ଦରରେ ବିକ୍ରି ହେଉଛି । ଆନ୍ଧ୍ରର ବିଜୟନଗରମ, ଛତିଶଗଡ଼ର ରାୟପୁର, ଜଗଦଲପୁର, ବ୍ରହ୍ମପୁରରୁ ଗୁଟ୍‌ଖା ଓ ତମାଖୁ ସାମଗ୍ରୀ ଜୟପୁର ଆସୁଛି । ରାଜ୍ୟ କେନ୍ଦ୍ର ସରକାର ଗୁଟୁଖା ବିକ୍ରିକୁ ବେନିୟମ ଘୋଷଣା କରିଥିଲେ ବି ଏଠାରେ ଖୁଲମଖୁଲା ଚଢ଼ା ଦରରେ ବିକ୍ରି ଚାଲିଛି । ଚଢ଼ାଉରେ ତହସିଲଦାର ଅଶ୍ୱିନ କୁମାର ମହାପାତ୍ର, ନିଳାମ୍ବର ପୂଜାରୀ, ଟାଉନ୍ ଥାନା ଏସ୍‌ଆଇ ସୁନିତା ବେହେରା ଓ ଜୟପୁର ପୌରକର୍ମଚାରୀ ପ୍ରମୁଖ ଏହି ଚଢ଼ାଉ କାର୍ଯ୍ୟରେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ