ଗୋଦାମ ଗୃହ ନିର୍ମାଣ କରିବାକୁ ଦାବି
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡ଼ିହି ବ୍ଲକର ଡ଼ଅଁର ସମବାୟ ସମିତିର ଏକ ଗୋଦାମ ଗୃହ ନିର୍ମାଣ କରିବାକୁ ଦାବି ହେଉଛି । ବ୍ଲକର ଡ଼ଅଁର ସୋସାଇଟି ଅଧିନରେ ଡଅଁର, ଶାଳଣିଆଁ, ଆଇତିପୁର, ଗେଡମା, କଳିଗାଁ, ଅଁରା ପ୍ରଭୃତି ପଞ୍ଚାୟତ ଗୁଡିକ ଥିବାବେଳେ ଏହିସବୁ ପଞ୍ଚାୟତା ଚାଷୀମାନେ ଏହି ସମିତି ଉପରେ ନିର୍ଭର କରିଥାନ୍ତି । ଏପରିକି ଏହି ସମିତି ଅଧିନରେ ଥିବା ଗ୍ରାମର ଚାଷୀମାନେ କେବଳ ଧାନ ଚାଷ କରି ବ୍ଲକର ସବୁଠାରୁ ଧାନ ଅଧିକ ଧାନ ଅମଳ କରିଥାନ୍ତି । ଚାଷୀମାନେ ଏହି ଡଅଁର ସମବାୟ ସମିତିର ଖୋଲାଯାଇଥିବା ଧାନ ମଣ୍ଡିରେ ଧାନ ବିକ୍ରୀ କରିଥାନ୍ତି । କିନ୍ତୁ ଡ଼ଅଁର ସୋସାଇଟିରେ ଚାଷୀଙ୍କର ଧାନକୁ ରଖିବା ପାଇଁ ଗୋଦାମ ଗୃହଟିଏ ନାହିଁ । ଚାଷୀ ଧାନ ଧରି ସୋସାଇଟିକୁ ଆସୁଥିଲା ବେଳେ କେବଳ ବାହାରେ ଧାନ ପକାଇ ନିଜ ନିଜର ଧାନକୁ ଜଗି ବସିଥାନ୍ତି । ଧାନ ବାହାରେ ରଖିଥିବାବେଳେ ହଠାତ ମେଘ ଆସିଲେ ଧାନକୁ କେଉଁଠାକୁ ଉଠାଇବେ ନା କିପରି ଧାନକୁ ସୁରକ୍ଷିତ ରଖିବେ ସେନେଇ ଚିନ୍ତାରେ ପଡିଯାଉଛନ୍ତି । ବାରମ୍ବାର ଅସୁବିଧାର ସମ୍ମୁଖିନ ହେଉଥିବା ଚାଷୀମାନେ ଏ ସମ୍ପର୍କରେ ଅନେକଥର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେବି କୌଣସି ସୁଫଳ ମିଳିପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏଣୁ ଚାଷୀ ମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡ଼ଅଁର ସମବାୟ ସମିତିରେ ଏକ ଗୋଦାମ ଗୃହ ଯୋଗାଇ ଦେବାକୁ ଡ଼ଅଁର ସମିତିର ସଭାପତି ରଞ୍ଜନ ପହୀ, ପ୍ରତାପ ଦେଓ, ପ୍ରମୋଦ ରାଉତ, ରଞ୍ଜନ କୁମାର ଜେନା, ରଘୁନାଥ ଜେନା, ବେଣୁଧର ଜେନା, ମନୋଜ ବେହେରା, ହିମାଂଶୁ ଶେଖର ଦେଓ, ପଦ୍ମନାଭ ଦାସ, ଶ୍ରୀଧର ସ୍ୱାଇଁ, ବିରେନ୍ଦ୍ର ବିଶ୍ୱାଳ, ବିମଳ ପାତ୍ର, ରଙ୍ଗାଧର ମଲ୍ଲିକ, ଗୋବିନ୍ଦ ପୃଷ୍ଟି, ସାଗର ସା, ପିତବାସ ସ୍ୱାଇଁ, ପ୍ରମୋଦ ରାଉତ ପ୍ରମୁଖ ଦାବି କରିଛନ୍ତି ।