ଗୋପଛକରୁ ଏକ ଅଜଣା ଲୋକରଶବ ଉଦ୍ଧାର
କେନ୍ଦ୍ରାପଡା : ଗୋପଛକ ନିକଟରେ ରାସ୍ତାରେ ପଡିଥିବା ଏକ ଅଜଣା ଲୋକର ଶବକୁ ସ୍ଥାନୀୟ ଲୋକେ ଏକ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଖବର ପାଇ ଟାଉନଥାନା ସବଇନିସପେକ୍ଟର ଅର୍ନ୍ତଯ୍ୟାମୀ ବିଶ୍ୱାଳ ସେଠାରେ ପହଁଚି ଶବ ବ୍ୟବଛେଦ କରାଇବା ସହ ସେହି ଶବକୁ ଡାକ୍ତରଖାନା ମର୍ଗରେ ୭୨ଘଂଟା ପର୍ଯ୍ୟନ୍ତ ସଂରକ୍ଷିତ କରିରଖାଇଛନ୍ତି । ଯଦି ସେହି ସମୟ ମଧ୍ୟରେ ମୃତକର କୈାଣସି ଉତ୍ତରାଧିକାରୀ ନଆସନ୍ତି ତେବେ ତାର ସଂସ୍ଖାର କାର୍ଯ୍ୟ ପୋଲିସ ପକ୍ଷରୁ ସଂପନ୍ନ କରିଦିଆଯିବ ବୋଲି ସୂଚନା ମିଳିଛି । ଥାନା ପକ୍ଷରୁ ୮/୨୦ରେ ଏକ ଅପମୃତ୍ୟୁ ମାମଲା ଦାୟର କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।