ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ପରିବାର ପକ୍ଷରୁ ଶୀତ ଵସ୍ତ୍ର ବଣ୍ଟନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ପରିବାର ପକ୍ଷରୁ ଭଞ୍ଜନଗର ଠାରୁ ଆରମ୍ଭ କରି ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ବୁଗୁଡ଼ା କରସିଙ୍ଗି ଓଡଗାଁ ଆଦି ଜାତୀୟ ରାଜପଥ କଡରେ ଖୋଲା ଆକାଶ ତଳେ ଜୀବନ ବିତାଉ ଥିବା ମାନସିକ ବିକୃତି ବ୍ୟକ୍ତି ସହିତ ଭିକ୍ଷାବୃତ୍ତି ବଞ୍ଚୁଥିବା ଅସହାୟ ବୃଦ୍ଧ ବାପା ମା ମାନଙ୍କୁ ଶୀତ ଦାଉରୁ ସୁରକ୍ଷା ନିମନ୍ତେ କମ୍ବଳ ବଣ୍ଟନ କରାଯାଇଥିଲା।ଅନୁଷ୍ଠାନ ର ସଭ୍ୟ ମାନେ କମ୍ଵଲ ସହ ଖାଦ୍ୟ ମଧ୍ୟ ବଣ୍ଟନ କରିଥିଲେ।
ଗୋପବନ୍ଧୁ ଚାରିଟବଲ ଏହି ନା ଟି ଆସିବା କ୍ଷଣି ମନେ ପଡି ଯାଆନ୍ତି ଦୁଃଖୀ ଦରିଦ୍ର ଙ୍କ ବନ୍ଧୁ ଉତ୍କଳ ର ମଣି ଗୋପବନ୍ଧୁ ଦାଶ।ଜୀବନ ବ୍ୟାପି ସେବା କାର୍ଯ୍ୟରେ ନିଜର ଜୀବନ ଉତ୍ସର୍ଗୀକୃତ କରିଥିଲେ।ତାଙ୍କର ଏହି ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ କେତେକ ଯୁବକ ଗଢ଼ିଥିଲେ ଗୋପ ବନ୍ଧୁ ଚାଟିଟବେଲ ଟ୍ରଷ୍ଟ।ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଚଢ଼େୟାପଲ୍ଲୀ ଗ୍ରାମରେ ଅବସ୍ଥିତ ଏହି ଅନୁଷ୍ଠାନ ଦୀର୍ଘ ପାଞ୍ଚ ବର୍ଷ ହେଲା ବହୁ ଗୁଡିଏ ସମାଜିକ ସେବା କାର୍ଯ୍ୟ ଯୋଗାଈ ଆସୁଛି।ରୋଗୀଟେ ବିଛଣାରେ ଛଟ ପଟ ହୋଉଥାଉ କିମ୍ବା ଦୁର୍ଘଟଣା ଗ୍ରସ୍ତ ଆହାତ ବ୍ୟକ୍ତି ଟିଏ ଅବା ଅନାହାରରେ ପଡିଥିବା ଵ୍ୟକ୍ତି ଟିଏ ,ଖବର ପାଇବା ମାତ୍ରକେ ପହଞ୍ଚି ଯାଆନ୍ତି ଏହି ଅନୁଷ୍ଠାନର ଯୁବଙ୍କ ମାନେ ।ଜନ ସେବାକୁ ନିଜର ଧର୍ମ ଭାବେ ମାନୁଥିବା ଏହି ଅନୁଷ୍ଠାନ ର ଯୁବକ ମାନେ ଘର ନଥିବା ବ୍ୟକ୍ତିଙ୍କୁ ପାଲ,ପାଠ ପଢି ପାରୁନଥିବା ଛାତ୍ରଛାତ୍ରୀ ମାନଙ୍କୁ ବହି ପତ୍ର ସହ ଟ୍ୟୁସନ ଯୋଗାଇ ଦେବା, ଘର ପୋଡି ଲୋକଙ୍କୁ ସାହାଯ୍ୟ, ବନ୍ୟା ପ୍ରପୀଡ଼ିତ ଲୋଜଙ୍କୁ ସହଯୋଗ ର ହାତ ବଢ଼ାଇ ଥାଏ ଏହି ସଙ୍ଗଠନ।ଏପରିକି କୋଭିଡ଼ ର ମହାମାରି ସମୟରେ ରୋଗୀଙ୍କୁ ସାହାଯ୍ୟ ଓ ସଚେତେନତା କାର୍ଯ୍ୟ ବେଶ ଭଲରେ କରିଥିଲେ ।ଏହାଛଡା ଶବକୁ କାନ୍ଧ ସହ ଅସହାୟ ଶବ ସତ୍କାର କରିଥାନ୍ତି।