ଗୋପବନ୍ଧୁ ଜୟନ୍ତୀ ପାଳିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ସ୍ଥିତ ଉତ୍କଳମଣୀ ସାହିତ୍ୟ ସଂସଦ ପକ୍ଷରୁ ୧୪୪ତମ ଗୋପବନ୍ଧୁ ଜୟନ୍ତୀ ଶିକ୍ଷାବିତ ଘନଶ୍ୟାମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱେଚ୍ଛାସେବୀ ନାରାୟଣ ସଂଗୀତ ଗାନ କରିବା ପରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ପରୁଷୋତ୍ତମ ଧଳଙ୍କ ସ୍ୱାଗତ ଭାଷଣ ଓ ବିବରଣୀ ପ୍ରଦାନ ପରେ ଅତିଥି ଗୟାଧର ସାହୁ, ପ୍ରଫୁଲ୍ଲ ନାୟକ, ଭରତ ଚନ୍ଦ୍ର ଦାସ, ଗୌରହରି ସାହୁ, ଲକ୍ଷ୍ମୀଧର ଦତ୍ତ, ଉଦୟନାଥ ଖଣ୍ଡାଇ, ସନ୍ତୋଷ ଦାସ ପ୍ରମୁଖ ଉତ୍କଳମଣୀଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ହିମାଂଶୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।