ଗୋପବନ୍ଧୁ ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ ବାର୍ଷିକ ସ୍ୱନକ୍ଷତ୍ର ଦିବସ

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଯଶୋଟିକିରି ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ସ୍ୱାସ୍ଥ୍ୟ ଓ ଶିକ୍ଷା ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ ବାର୍ଷିକ ସ୍ୱନକ୍ଷତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ବନମାଳୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏହାପରେ ଭଣ୍ଡାରିପୋଖରୀ କଲଚୁରାଲ ଏକାଡେମୀର କଣ୍ଠଶିଳ୍ପୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିବାବେଳେ ଅତିଥିମାନେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବରିଷ୍ଠ ଶିକ୍ଷକ ବିକାଶ ଶତପଥିଙ୍କ ସଞ୍ଚାଳନାରେ ଅନୁଷ୍ଠିତ ସ୍ୱନକ୍ଷତ୍ର ଦିବସ ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସମେତ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ତଥା ପ୍ରାକ୍ତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ପାଟଶାଣୀ, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ନିମନ୍ତ୍ରିତ ଅତିଥି ଭାବେ ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ସରପଞ୍ଚ ବଦ୍ରୀନାରାୟଣ ରାଉତ, ଏବିଓ ପୁରୁଷୋତ୍ତମ ଧଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ରଖିଥିବାବେଳେ ଟ୍ରଷ୍ଟର ଉତ୍ତରୋତ୍ତର କାମନା କରିଥିଲେ । ଏହି ଅବସରରେ କବି ସଦାନନ୍ଦ ପାଣିଗ୍ରାହୀ, କୈଳାସ ପାତ୍ର, ନଟବର ଦଳାଇ, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ନୃତ୍ୟଗୁରୁ ଅଜୟ କୁମାର ସାହୁଙ୍କ ସମେତ ମାଟ୍ରିକରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିବାବେଳେ ଅସହାୟ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ, କମ୍ବଳ ଓ ବସ୍ତ୍ର ଦାନ କରାଯାଇଥିଲା । ଗଜେନ୍ଦ୍ର ବେହେରା ବାର୍ଷିକ ବିବରଣୀ, ସଦାନନ୍ଦ ପାଣିଗ୍ରାହୀ ଅତିଥିପରିଚୟ, ସମ୍ପାଦକ ଅକ୍ଷୟ ଶତପଥି ସ୍ୱାଗତଭାଷଣ ଓ ସଂଯୋଜକ ଏøରଗଞ୍ଜନ ଦର୍ପନାରାୟଣ ବରାଳ ଧନ୍ୟବାଦ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଦସ୍ୟ ଅଶ୍ୱନୀ ରଥ, ରଣଜିତ ମହାପାତ୍ର, ରାମଚନ୍ଦ୍ର ସ୍ୱାଇଁ, ଶ୍ରୀଧର ବୋଇତାଇ, କେଶବ ଦଳାଇ, ସୀତା ରାଉତ, ବିରଞ୍ଚି ନାରାୟଣ ରାଉତ, ଉମେଶ ସ୍ୱାଇଁ, ପ୍ରଦୀପ ମିଶ୍ର, ରଶ୍ମିରଞ୍ଜନ ରାଉତ, ଦିଲ୍ଲୀପ ଜେନା, କିର୍ତ୍ତନ ଜେନା, କୃପାସିନ୍ଧୁ ପୃଷ୍ଟି, ପ୍ରକାଶ ମହାପାତ୍ର, ନିରଞ୍ଜନ ମଳିକ, ମଦନ ବେହେରା, ଲକ୍ଷ୍ମୀକାନ୍ତ ପତି, ବିଦ୍ୟାଧର ପଣ୍ଡା, ସୁଶିଲ ବର୍ଦ୍ଧନ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବିନୋଦ ବିନ୍ଧାଣୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ