ଗୋପବନ୍ଧୁ ଥିଲେ ଓଡ଼ିଶାର ଜଣେ ସମ୍ବେଦନଶୀଳ ବିପ୍ଳବୀ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ପରିକ୍ରମା କରୁଥିବା ‘ସମାଜ’ର ପ୍ରତିଷ୍ଠାତା ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜ୍ୟୋତି ଗୁରୁବାର ସନ୍ଧ୍ୟାରେ କୁରୁଡ଼ାଠାରେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଜ୍ୟୋତି କୁରୁଡ଼ାରେ ପହଞ୍ଚିବା ପରେ ସେଠାରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯିବା ପରେ ବାଇକ ଶୋଭାଯାତ୍ରାରେ ସର୍କିଟ ହାଉସରେ ପହଞ୍ଚିବାପରେ ସହରରେ ଥିବା ମହାମନିଷୀମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଗାନ୍ଧୀ ସ୍ମୃତି ଭବନ ପରିସରରୁ ୫ହଜାରରୁ ଊଦ୍ଧ୍ୱର୍ ସ୍କୁଲ, କଲେଜ ପିଲାଙ୍କ ସହ ସହରବାସୀ ଜ୍ୟୋତିକୁ ସ୍ୱାଗତ କରିବା ସହ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ । ‘ଉକ୍ରଳର ମଉଡ଼ମଣି ଗୋପବନ୍ଧୁ ଦାସ ଅମର ରହେ’ ଧ୍ୱନୀରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା । ସକାଳ ୮ଟାରେ ଶୋଭାଯାତ୍ରାକୁ ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା, ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ, କଂଗ୍ରେସ ନେତା ସୁଦର୍ଶନ ଦାସ, ବିଜେପି ନେତା ଶୁଭଙ୍କର ମହାପାତ୍ର, ଲକ୍ଷ୍ମୀଧର ଦାସ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ଗିରିଶ ଚନ୍ଦ୍ର ଦାଶ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରାଇଥିଲେ । ଗାନ୍ଧୀ ସ୍ମୃତିଭବନରୁ ଶୋଭାଯାତ୍ରା ବାହାରି ଷ୍ଟେସନ ଛକ ଦେଇ ଏଡ଼ିଏମ ଛକ, ଜିଲାସ୍କୁଲ, ପାଣି ଟାଙ୍କି ଛକ ଦେଇ ପୁଣି କନଭେଣ୍ଟ ସ୍କୁଲ, ଚିଡ଼ିଆ ପୋଲ, ଫାଣ୍ଡି ଛକ, ଫକୀରମୋହନ ଗୋଲେଇ ଦେଇ ପୁଣି ଗାନ୍ଧୀ ସ୍ମୃତି ଭବନରେ ପହଞ୍ଚିଥିଲା । ଏଡ଼ିଏମ ଛକରେ ଲାୟନ୍ସ କ୍ଲବ ଉମଙ୍ଗ, ପକ୍ଷରୁ ପିଲାମାନଙ୍କୁ ଜୁସ ପିଇବାକୁ ଦିଆଯାଇଥିବା । ଗୋପବନ୍ଧୁ ଜ୍ୟୋତିକୁ ଗାନ୍ଧୀ ସ୍ମୃତି ଭବନରେ ସହରର ବିଭିନ୍ନ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ