ଗୋପବନ୍ଧୁ ସେବା ପରିଷଦ ଆନୁକୂଲ୍ୟରେ ମନୋରମା ଦେବୀଙ୍କ ସ୍ମୃତି ଚାରଣ ସଭା
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ବେଲଗୁଣ୍ଠା ବ୍ଳକ୍ ପାଟୁଳିସାହି ହନୁମାନ ମନ୍ଦିର ପ୍ରାଙ୍ଗଣରେ ସ୍ବର୍ଗୀୟ ମନୋରମା ମହାପାତ୍ରଙ୍କ ଅମରଆତ୍ମାର ସଦ୍ଗତି କାମନା ପୂର୍ବକ ଏକ ସ୍ମୃତିଚାରଣ ସଭା ଗୋପବନ୍ଧୁ ସେବା ପରିଷଦ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି l ଉକ୍ତ ବୈଠକରେ ପରିଷଦର ସଭାପତି ପ୍ରଶାନ୍ତ ନାୟକଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ମନୋରମା ମହାପାତ୍ରଙ୍କ ଶିକ୍ଷା ପ୍ରତି ଥିବା ଗଭୀର ନିଷ୍ଠା ଓ ସେବା ପ୍ରତି ଥିବା ସମର୍ପଣ ଭାବ ଉପରେ ଗୁରୁତ୍ୱାରୋପ କରି ସ୍ମୃତି ଚାରଣ କରିଥିଲେ I ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ କୃତିବାସ ବିଶ୍ୱାଳ,ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ,ନିଖିଳ ଉତ୍କଳ ଶିକ୍ଷକ ସଂଘ ସଭାପତି ଜଗବନ୍ଧୁ ଜେନା,ଅବସର ପ୍ରାପ୍ତ ବନ୍ୟପ୍ରାଣୀ ଅଧିକାରୀ ଅନୁପମ ବାନାର୍ଜୀ,ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟ ସଭାପତି କୁଞ୍ଜବିହାରୀ ନାୟକ, ରେସ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ପ୍ରମୁଖ ଯୋଗଦେଇ ମନୋରମା ଦେବୀଙ୍କ ସାହିତ୍ୟ ଓ ସଂସ୍କୃତି ପାଇଁ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମକୁ ପରିଷଦ ସମ୍ପାଦକ ରବୀନ୍ଦ୍ର ପାତ୍ର ସଂଯୋଜନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଯୁବ ବିଜେଡି ସଭାପତି ଶିବରାମ ରାଉତ, ଜିଲ୍ଲା ପରିଷଦ ସଭ୍ୟ ଅମିତ କୁମାର ନାୟକ,ଖଇରପୁଟି ସମିତି ସଭ୍ୟ ପ୍ରଭାତ କୁମାର ସ୍ୱାଇଁ,କ୍ଷେତ୍ରୀୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ଼ ସମିତିସଭ୍ୟ ପ୍ରତିନିଧି ରଙ୍କନିଧି ପରିଛା,ପୂର୍ବତନ ସରପଞ୍ଚ ସିମାଞ୍ଚଳ ବିଷୋୟୀ, ସରପଞ୍ଚ ପ୍ରତିନିଧି ତ୍ରିନାଥ ଗୋଛାୟତ, ସରପଞ୍ଚ ରବୀନ୍ଦ୍ର ସାହୁ, ସମାଜସେବୀ ମଣ୍ଟୁ ପରିଡା, ଅଯୋଧ୍ୟା ବେହରା ପ୍ରମୁଖ ଯୋଗ ଦେଇ ମନୋରମା ମହାପାତ୍ରଙ୍କ ସମାଜ ପ୍ରତି ନିଷ୍ଠା, ସାହିତ୍ୟର ସାଧନା ଓ ରାଷ୍ଟ୍ରଗଠନ ରେ ସୃଜନଶୀଳ ଯୁଗେ ଯୁଗେ ଇତିହାସକୁ ରୁଦ୍ଧିମନ୍ତ କରିବ ବୋଲି ବକ୍ତବ୍ୟ ରଖିଥିଲେ l ଶେଷରେ ଶିକ୍ଷକ କୁମର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l


