ଗୋପରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ
ଗୋପ:(ଗଣେଶ ଚନ୍ଦ୍ର ବେହେରା) କରୋନା ଯୁଦ୍ଧରେ ସାମିଲ ହୋଇଥିବା ଯୋଦ୍ଧାମାନଙ୍କୁ ଆଜି ଓଡିଆମାନେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ମାଧ୍ୟମରେ ସମ୍ମାନ ଜଣାଇଛନ୍ତି। ଗାଁ’ ଠାରୁ ସହର ସବୁଆଡେ ଗୁଞ୍ଜରିତ ହୋଇଛି ଏହି ସଙ୍ଗୀତର ସ୍ଵର। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ଗ୍ରହଣ କାରି ଦେଶ-ବିଦେଶରେ ରହିଥିବା ଓଡିଆମାନେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’ ଗାନକରି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଛି। ଶନିବାର ସନ୍ଧ୍ୟା ୫.୩୦ ମିନିଟ୍। କରୋନା ଯୋଦ୍ଧାଙ୍କ ପାଇଁ ରାଜ୍ୟର କୋଣ ଅନୁକୋଣରେ ଶୁଭିଲା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ କବିତା ‘ବନ୍ଦେ ଉତ୍କଳ ଜନନୀ’ର ସ୍ୱର। ଗଣଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଯୋଗଦେଇ ଗୋପ ବ୍ଲକ ବିଡିଓ ଓ ସରପଞ୍ଚ ଙ୍କ ସହ ଗୋପ ବ୍ଲକ୍ ପରିସରରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଛି ।


