ଗୋପରେ ବିଜେଡ଼ିର ମହାସମାବେଶ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ନିର୍ବାଚନମଣ୍ଡଳୀ ର ଗୋପ ଠାରେ ଆଜି ବିଜେଡ଼ି ପକ୍ଷରୁ ମହା ସମାବେଶ ଅନୁଷ୍ଠିତ ହୋଇଥିଲା। ବିଜେଡି ଦଳ ର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆଳ ରେ ବିଜେଡ଼ି ତାର ଶକ୍ତି ପ୍ରଦର୍ଶନ କରିଥିଲା। ବିଜେଡ଼ି ଗୋପ ବ୍ଲକ ସଭାପତି ମଧୁସୂଦନ ପାଇକରାୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ସମାବେଶ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ନିମାପଡା ବ୍ଲକ ବିଜେଡ଼ି ସଭାପତି ଅଶୋକ କୁମାର ସାହୁ, ନିମାପଡା ନଗର ସଭାପତି ଜୀବନାନନ୍ଦ ମହାପାତ୍ର, ସନାତନ ପ୍ରଧାନ, ସୁକାନ୍ତ କୁମାର ମହାନ୍ତି, ସାଂସଦ ଙ୍କ ପ୍ରତିନିଧି ସୁଧୀର ରଞ୍ଜନ ଦାଶ, ମୋହିନୀ ଜେନା, ପୁନେଶ ଚନ୍ଦ୍ର ସେନାପତି, ପ୍ରଦୀପ୍ତ କୁମାର ଖଟୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେଡ଼ି ସରକାର ଙ୍କ ବିଭିନ୍ନ ଲୋକକଲ୍ୟାଣ ଯୋଜନା ସମ୍ପର୍କ ରେ ଆଲୋକପାତ
କରିବା ସହିତ ନିମାପଡ଼ା ନିର୍ବାଚନ ମଣ୍ଡଳୀ ରେ କିପରି ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ନେତୃତ୍ଵ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିଛି ସେ ସମ୍ପର୍କ ରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।ବିରୋଧୀ ବିଜେପି ନେତା ମାନେ ବିଧାୟକ ଙ୍କୁ ବଦନାମ କରିବାକୁ ଯେପରି ହୀନଚକ୍ରାନ୍ତ କରୁଛନ୍ତି ସେମାନେ ସେଥିରେ ସଫଳ ହେବେ ନାହିଁ ବୋଲି ବିଜେଡ଼ି ନେତା ମାନେ ଦୃଢୋକ୍ତି ପ୍ରକାଶ କରିବା ସହିତ ନିର୍ବାଚନ ମଣ୍ଡଳୀ ର ସଚେତନ ନାଗରିକ ମାନେ ଆସନ୍ତା ସାଧାରଣ ନିର୍ବାଚନ ରେ ତାର ଉପଯୁକ୍ତ ଜବାବ ଦେବେ ବୋଲି କହିଥିଲେ। ଶେଷରେ ରବୀନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶ ରେ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ରୁ ହଜାର ହଜାର ଲୋକ ଯୋଗ ଦେଇଥିଲେ।