ଗୋପରେ ସ୍ୱାଇଁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଲେକଟ୍ରିକାଲସ ଉଦଘାଟିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଗୋପ ରେଳବାଇ ଓଭରବ୍ରିଜ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ “ସ୍ୱାଇଁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଲେକଟ୍ରିକାଲସ” ସୋରୁମ ଉଦଘାଟିତ ହୋଇଯାଇଛି । ସମାଜସେବୀ ଇଂ ମୁରଲୀଧର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ସ୍ୱାଇଁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଲେକଟ୍ରିକାଲସ” ସୋରୁମକୁ ଫିତାକାଟି ଉଦଘାଟନ କରିଥିଲେ । ଏହି ସୋରୁମର ପ୍ରୋପାଇଟର ଲେନିନ କୁମାର ସ୍ୱାଇଁ ଜଣେ ଇଞ୍ଜିନିଅର ଅଟନ୍ତି । ଇଞ୍ଜିନିଅରିଂ ପାସ କରି ଘରେ ଥିବା ବେଳେ ତାଙ୍କ ମନକୁ ଏକ ଆଇଡିଆ ଆସିଲା । ସେ ଚାକିରୀ ନକରି ଏଭଳି ବ୍ୟବସାୟ କରି ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟକୁ ରୋଜଗାରର ସୁଯୋଗ ଦେଇପାରିବେ ବୋଲି ଚିନ୍ତାକରି ଏଭଳି ଏକ ସୋରୁମ ଖୋଲିବାକୁ ମନସ୍ତ କରିଥିଲେ । ସେହି ଅନୁଯାଇ ଆଜି “ସ୍ୱାଇଁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଲେକଟ୍ରିକାଲସ” ନାମରେ ଏକ ସୋରୁମ ତାଙ୍କର ଖୋଲିପାରିଛି ବୋଲି ଶ୍ରୀ ସ୍ୱାଇଁ କୁହନ୍ତି । ଏହି ସୋରୁମରେ ବିଦ୍ୟୁତ ସରଞ୍ଜାମ ସମେତ ସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମିଳିପାରିବ । ଏହି ଉଦଘାଟନୀ ଉତ୍ସବରେ ପ୍ରୋପାଇଟର ଶ୍ରୀ ସ୍ୱାଇଁଙ୍କ ପିତା ଉପେନ୍ଦ୍ର କୁମାର ସ୍ୱାଇଁଙ୍କ ସମେତ ଅନେକ ବନ୍ଧୁ ଓ ଶୁଭେଛୁମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ