ଗୋପାଲ ଜୀଉ ମନ୍ଦିରେ ରାହାସ ପୂର୍ଣ୍ଣିମା

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ମହାପଞ୍ଚକ ଅବସରରେ ବାଲେଶ୍ୱର ସହରର ବାରବାଟୀସ୍ଥିତ ଶ୍ରୀ ରସିକରାୟ ଗୋପାଲ ଜୀଉ ମନ୍ଦିରରେ ଶ୍ରଦ୍ଧାର ସହ ରାସ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପୂର୍ଣ୍ଣମୀର ସକାଳର ମଙ୍ଗଳା ଆରତୀଠାରୁ ରାତିର ପହୁଡ଼ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା । ଅବିରାମ ଭଜନ କୀର୍ତ୍ତନ ସହ ସମସ୍ତ କର୍ମକାଣ୍ଡ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଆୟୋଜିତ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ବାରବାଟୀ ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ମନ୍ଦିର କମିଟି କର୍ମକର୍ତ୍ତା ସପନ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଅରୁଣ କୁମାର କର, ଦେବାଶିଷ କର, ରାଜେନ୍ଦ୍ର କର, ଅତିନ୍ଦ୍ରଲାଲ କର ସଦସ୍ୟମାନେ ପରିଚାଳନା କରିଥିଲେ । ୫ଶହ ବର୍ଷର ପୁରାତନ ଏହି ମନ୍ଦିରକୁ ଚଳିତବର୍ଷ ପୁନରୁଦ୍ଧାର କରାଯିବା ସହିତ ପ୍ରତିବର୍ଷ ଭଳି ଯାକଜମକରେ ଉତ୍ସବ ପାଳିତ ହୋଇଥିଲା । ରାହାସ ପୂର୍ଣ୍ଣିମା ବ୍ୟତୀତ ଜନ୍ମାଷ୍ଟମୀ, ଝୁଲଣ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ରାଧାଷ୍ଟମୀ ପ୍ରଭୃତିରେ ଏଠାରେ ସ୍ୱତନ୍ତ୍ର ପୂଜାନୀତି ସାଙ୍ଗକୁ ଉତ୍ସବ ଆୟୋଜିତ ହୋଇଥାଏ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ