ଗୋପାଳଗାଁ ପ୍ରିମିୟର କ୍ରିକେଟ ଲିଗ-ଭିକ୍ଟୋରି ୱାରିୟର୍ସ ଚାମ୍ପିୟନ
ବାଲେଶ୍ୱର, (ସରୋଜ ପଣ୍ଡା):ସହରର ଗୋପାଳଗାଁରେ ଚାଲିଥିବା ଦୁଇ ଦିନିଆ ଦିବାରାତ୍ର ଗୋପାଳଗାଁ କ୍ରିକେଟ ପ୍ରିମିୟର ଲିଗ ସିଜିନ-୬ ମଙ୍ଗଳବାର ଉଦଯାପିତ ହୋଇଯାଇଛି ।ଏଥିରେ ଅଂଶଗ୍ରହଣ କରିଥିବା ୯ଟି କିକ୍ରେଟ ଟିମଙ୍କ ମଧ୍ୟରୁ ଫାଇନାଲକୁ ଉନ୍ନୀତ ଗ୍ୟାଲେକ୍ସି ଫାଇଟର୍ସ ଏବଂ ଭିକ୍ଟୋରି ୱାରିୟର୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିଣିି ଗ୍ୟାଲେକ୍ସି ଟିମ ନିର୍ଦ୍ଧାରିତ ୬ ଓଭରରେ ୬ଟି ୱିକେଟ ହରାଇ ୩୮ରନ କରିଥିଲା । ଜବାବରେ ଭିକ୍ଟୋରିଆ ଟିମ ନିର୍ଦ୍ଦାରିତ ଓଭରରେ ମୋଟ ୫.୧ଓଭରରେ ୪୨ରନ କରି ଚାମ୍ପୟନ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସନସାଇନ ୱାରିୟର୍ସ ଟିମର ଶଶି କୁମାରଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇଛି । ପ୍ରାଣକୃଷ୍ଣ ସେନ, ଦେବାଶିଷ ନାୟକ, ରାକେଶ କୁମାର ପାଢ଼ୀ, ସୁରେଶ କୁମାର ପାଢ଼ୀ ପ୍ରମୁଖ ଆମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । ଫାଉନାଲ ମ୍ୟାଚକୁ ଯୁବ ସଂଗଠକ ବିକ୍ରମ ପଣ୍ଡା, ମାନସ କୁମାର ଦତ୍ତ ଓ ସମାଜସେବୀ ଅରୁଣ ରାୟ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ସମାଜସେବୀ ଶ୍ରୀକାନ୍ତ ବୁଗୁଡାଇ ଯୋଗଦେଇ ଚମ୍ପିୟନ, ରନର୍ସ ଅପ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ ।