ଗୋପାଳପୁରକୁ ହସ୍ତତନ୍ତ ଶିଳ୍ପ ଗ୍ରାମ ଭାବେ ପ୍ରତିଷ୍ଠା କରାଯିବ
ଯାଜପୁର, -ରସୁଲପୁର ବ୍ଳ୍କର ଗୋପାଳପୁର ଗ୍ରାମ ହସ୍ତତନ୍ତ ଶିଳ୍ପ ପାଇଁ ବେଶ ପ୍ରସିଦ୍ଧିଲାଭ କରିଚ୍ଥି । ଏହି ହସ୍ତତନ୍ତ ପରମ୍ପରାକୁ ଅଧିକ ଋଦ୍ଧିମନ୍ତ କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ବ୍ୟବସ୍ଥା ସଂପର୍କରେ ଗୁରୁତ୍ୱାରୋପ କରିଚ୍ଥନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଗୋପାଳପୁରର ହସ୍ତତନ୍ତ କୁଟୀର ଶିଳ୍ପକୁ ଊତ୍ସାହିତ କରିବା ସହ ଏହାର ବିପଣନ ବ୍ୟବସ୍ଥା ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ନିର୍ଦ୍ଦେଶକ ଶ୍ରୀ ଦାସ ବୟନ ଶିଳ୍ପ ଓ ହସ୍ତତନ୍ତର ଊତ୍ପାଦିତ ସାମଗ୍ରୀ ବିକ୍ରୟ, ନୂତନ ଡିଜାଇନର କପଡା ଓ ସାମଗ୍ରୀ ପ୍ରସ୍ତୁତ, ବୁଣାକାର ମାନଙ୍କ ଊନ୍ନତି, ହସ୍ତତନ୍ତର ବିକାଶ ଦିଗରେ ପ୍ରାୟ ୩ ଏକର ଜାଗାରେ ଏକ ସାମଗ୍ରିକ ବିକାଶ ନିମିତ୍ତ ଭିତ୍ତିଭୂମିର ନିର୍ମାଣ, ଟସର ଇତ୍ୟାଦି କଞ୍ଚା ମାଲ ପାଇଁ ଅର୍ଜୁନ ଓ ଅଶନ ଗଚ୍ଥର ବୃକ୍ଷ ରୋପଣ, ବିପଣନ ସ୍ଥାନରେ ସୁ ଦୃଶ୍ୟ ନାମ ପଂଳକ ବ୍ୟବସ୍ଥା ସହ ଏହାକୁ ଆକର୍ଷଣୀୟ ଭାବେ ସଜାଇବାକୁ ଅନୁରୋଧ କରିଥିଲେ । ନଭେମ୍ୱର ୧୫ ତାରିଖ ସୁଦ୍ଧା ଗୋପାଳପୁର ଠାରେ ଥିବା ମାର୍କେଟର ବ୍ୟବସ୍ଥା କରାଯାଇ ବିକ୍ରୟ ଆରମ୍ଭ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଥିଲେ । ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ଭିତ୍ତିଭୂମି ଯାହା ଅଚ୍ଥି ବର୍ତ୍ତମାନ ସେଥିରେ ଊନ୍ନତି ଆଣିବାର ଆବଶ୍ୟକତା ରହିଚ୍ଥି ବୋଲି କହିଥିଲେ । ଜାତୀୟ ରାଜପଥର ଗୋପାଳପୁର ନିକଟରେ ପ୍ରସ୍ତୁତ ଦୋକାନ ଗୃହକୁ ବର୍ତ୍ତମାନ ବ୍ୟବହାର କରି ହସ୍ତତନ୍ତ ସାମଗ୍ରୀ ବିକ୍ରୟ କରାଯିବ । ତେବେ ସେଥିପାଇଁ ଆଗ୍ରହୀ ଓ ଊପଯୁକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଚୟନ କରିବାକୁ ସେ ବିଭାଗକୁ ପରାମର୍ଶ ଦେଇଥିଲେ । ଦୋକାନ ଗୃହ ଗୁଡିକର ମରାମତି, ବିଦ୍ୟୁତ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ସଂଯୋଗୀ ରାସ୍ତା ନିର୍ମାଣ, ପାର୍କିଂ ବ୍ୟବସ୍ଥା ଇତ୍ୟାଦି କରିବାକୁ ବି.ଡି.ଓ. ରସୁଲପୁରଙ୍କୁ ଜିଲ୍ଳ୍ାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଊପସ୍ଥିତ ତହସିଲଦାରଙ୍କୁ ହସ୍ତତନ୍ତ ଶିଳ୍ପ ଗ୍ରାମ ପ୍ରତିଷ୍ଠା ପାଇଁ ପ୍ରାୟ ୩ ଏକର ଜାଗା ଚିହ୍ନଟ ପାଇଁ ଜିଲ୍ଳ୍ାପାଳ ପରାମର୍ଶ ଦେଇଥିଲେ । ଏହି ସ୍ଥାନରେ ସୈାନ୍ଦର୍ଯ୍ୟକରଣ, ରହିବା ସ୍ଥଳ , ପ୍ରଦର୍ଶନ ସ୍ଥଳ ଇତ୍ୟାଦିର ବ୍ୟବସ୍ଥା ରହିବ । ବୟନ ଶିଳ୍ପ ବିଭାଗର ଊପନିର୍ଦ୍ଦେଶକ ଦେବଜିତ୍ ନନ୍ଦୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ସହ ୧୫ ଟି ସଂଘ ଗୋପାଳପୁରରେ କାର୍ଯ୍ୟ କରୁଥିବାର ସୂଚନା ଦେଇଥିଲେ । ୫ ଟି ସ୍ୱୟଂ ସହୟକ ଗୋଷ୍ଠୀ ଓ ୧୦ ଜଣ ବୁଣାକାର ପ୍ରଶିକ୍ଷକ ରହିଥିବା ବେଳେ ଏହାର ବ୍ୟବସାୟ ପ୍ରାୟ ୧୦ କୋଟି ଟଙ୍କା ରହିଚ୍ଥି ବୋଲି ସେ କହିଥିଲେ । ଗୋପାଳପୁର ଗ୍ରାମରେ ୯୧୯ ଗୋଟି ପରିବାରର ୧୬୩୭ ଜଣ ବୁଣାକାର ଅଚ୍ଥନ୍ତି ବୋଲି ଶ୍ରୀ ନନ୍ଦୀ କହିଥିଲେ । ୫ ଟି ଅନ୍ତର୍ଗତ ଏହି କାର୍ଯ୍ୟକ୍ରମକୁ ଅଧିକ ସପଂଳ କରିବାକୁ ଜିଲ୍ଳ୍ାପାଳ ଓ ନିର୍ଦ୍ଦେଶକ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଡି.ଏସ୍.ଆର. ପ୍ରଦୀପ କୁମାର ସେଠୀ, ରସୁଲପୁର ଅତିରିକ୍ତ ବି.ଡି.ଓ. ଅସିତ୍ ପାତ୍ର, ପର୍ଯ୍ୟଟନ ଅଧିକାରୀ ନିରୋଜ ସୁନ୍ଦର ସାହୁ, ନିରଂଜନ ପ୍ରଧାନ, ପ୍ରକାଶ କୁମାର ପାତ୍ର, ଅଶୋକ ଗୁଇଁ, ରମେଶ ଚନ୍ଦ୍ର ଦାସ, ଶ୍ରୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।