ଗୋପାଳପୁରରେ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ଗୋପାଳପୁର ଠାରେ ସ୍ୱଚ୍ଛଭାରତ ମିଶନ ଆନୁକୁଲ୍ୟରେ ସ୍ୱଚ୍ଛତା ହିଁଁ ସେବା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମିତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ନାଏବ ସରପଞ୍ଚ ପ୍ରତାପ ଘଡେଇ, ପିଇଓ ଶରତ କୁମାର ବେଜ, ଜି.ଆର.ଏସ ସବିତା ରାଉତ , ଆର.ଡବ୍ଲୁ.ଏସ.ଏସ ବ୍ଲକ ସଂଯୋଜକ କାର୍ତ୍ତିକ ପାତ୍ର, ଗୋପାଳପୁର ସ୍କୁଲର ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁ, ଗାଁ ସାଥି (ମେଟ) ଭାଗିରଥି ଦାସ ପ୍ରମୁଖ ଯୋଗଦେଇ ସ୍ୱଚ୍ଛ ରହିଲେ ସୁସ୍ଥ ରହିବ, ପ୍ଲାଷ୍ଟିକ ବର୍ଜନ, ସାବୁନରେ ହାତ ଧୋଇବା, ଗାଁ ରାସ୍ତାଘାଟ ସଫା ରଖିବା ଭଳି ଅନେକ ସ୍ୱଚ୍ଛ ବାର୍ତ୍ତା ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ବିଶେଷକରି ଥରେ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ କରିବା ନେଇ ଉପସ୍ଥିତ ସମସ୍ତ ମହିଳା ମାନେ ସପଥ ନେଇଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଏସ.ଏସ.ଜି ଗ୍ରୁପର ମହିଳା ମାନେ ଯୋଗଦେଇଥିଲେ । ଏହି ଅବସରରେ ସରପଞ୍ଚ, ପିଇଓ, ଜିଆରଏସଙ୍କ ସହିତ ଅନ୍ୟ ଏସଏସଜି ଗ୍ରୁପର ମହିଳାମାନେ ସ୍କୁଲ ପରିସର, ଗ୍ରାମରାସ୍ତା ସଫେଇ କରିବା ସହିତ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏଥିରେ ବିଦୁ୍ୟତ ଲତା ଦାସ, ମଧୁସ୍ମିତା ଜେନା, ସାବିତ୍ରୀ ଦାସ, କୁନି ଜେନା, ଜାନକୀ ଜେନା, ଚେମ ଜେନା, ସୁଲୋଚନା ଜେନା, ଗୀତାଞ୍ଜଳୀ ଜେନା, ସରସ୍ୱତୀ ଜେନା, ସୁଶମା ବାରିକ, ସରସ୍ୱତୀ ରାଉତ, ଗୋଲାପ ବରାଳ, ପ୍ରତିମା ଜେନା, ସଶ୍ମିତା ବିଶ୍ୱାଳ, ବିଦୁଲତା ରାଉତ, ପ୍ରଜ୍ଞାପରମିତା ରାଉତ, ତିଳୋତ୍ତମା ରାଉତ, ଶୁଭଲକ୍ଷ୍ମୀ ବାରିକ, ସ୍ୱାଗତିକା ବାରିକ, ସମିତା ଜେନା, କାଞ୍ଚନ ବାରିକ, ସୀମାରାଣୀ ସାହୁ, ଲକ୍ଷ୍ମୀପ୍ରୀୟା ବିଶ୍ୱାଳ, ରୀନା ରାଉତ, ସୁମତୀ ସାହୁ, ଆଶାମଣି ରଣା, ରତନମଣୀ ବିଶ୍ୱାଳ, ଭାନୁମତୀ ବିଶ୍ୱାଳ, ରଞ୍ଜିତା ଜେନା, ତିଳୋତ୍ତମା ପହି, ମମତା ବେହେରାଙ୍କ ସେମତ ଶତାଧିକ ମହିଳା ଯୋଗଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ