ଗୋପାଳପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା 

ହାଟଡିହି, ,(ଯୁଗାବ୍ଦ ନ୍ୟୁଜ୍‌): ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶତୃଘ୍ନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ କ୍ଷୀରୋଦ କୁମାର ତ୍ରିପାଠୀ, ସମ୍ମାନୀୟ ଅତିଥିଭାବେ ଏ.ବି.ଇ.ଓ ସୁରେଶ କୁମାର ଜେନା, ଏ.ବି.ଇ.ଓ ସୁରଥ କୁମାର ସାହୁ, ବି.ଆର.ସି.ସି ବିନୋଦ କୁମାର ରାଉତ, ସି.ଆର.ସି.ସି ଅକ୍ଷୟ କୁମାର ଖଟୁଆ, ସ୍କୁଲ ପରିଚାଳନା କମିଟି ସଭାପତି ଶିଶିର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ସଟଫୁଟ ଥ୍ରୋ, ସ୍ଲୋ ସାଇକେଲ ରେସ, ସ୍କିପିଙ୍ଗରେସ, ମ୍ୟୁଜିକ ଚେୟାର, ସ୍ୟାକ ରେସ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଅନାମ ଚରଣ ସାମଲ, ଆଶୁତୋଷ ମହାନ୍ତି ଖେଳ ପରିଚାଳନା କରିଥିବାବେଳେ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳ, ମହେଶ୍ୱର ଜେନା, ସସ୍ମିତା ଦାସ, ରୁପା ମଇକାପ, ସାବିତ୍ରୀ ରାଉତ, ଦେବସ୍ମୀତା ଜେନା, ପୁର୍ବତନ ଚେୟାରମ୍ୟାନ ନିର୍ମଳା ବେହେରା, ସ୍କୁଲ କମିଟି ସଦସ୍ୟ ବଳବନ୍ତ ନାରାୟଣ ରାଉତ, ଅଭିଭାବକ ପ୍ରଶାନ୍ତ ରାଉତ, ନିରାପତ୍ତା କମିଟି ସଦସ୍ୟ ମଦନ ପାତ୍ର ଓ କମିଟି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚଳାନରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ