ଗୋପାଳପୁର ଥାନାରେ ଏଚ.ଆଇ.ଭି ସଚେତନତା କର୍ମଶାଳା
ବ୍ରହ୍ମପୁର,(ଅନିଲ କୁମାର):ରାଜ୍ୟର ଅଗ୍ରଣୀ ସ୍ଵେଛାସେବି ଅନୁଷ୍ଠାନ ଅରୁଣା” ବ୍ରହ୍ମପୁର ଏଚ.ଆଇ.ଭି ଏବଂ ଏଡସ ସଚେତନା କାର୍ଯ୍ୟକ୍ରମ ଗୋପାଳପୁର ଥାନାରେ କରିଥିଲେ । ଶ୍ରୀ ପ୍ରଶାନ୍ତ କୁମାର ମଲ୍ଲିକ ଥାନା ଅଧିକାରୀଙ୍କ ପୋରହିତ୍ୟରେ ଏହି କର୍ମଶାଳାଟି ଆୟୋଜିତ ହୋଇଥିଲା, ଅରୁଣା ସ୍ଵେଛାସେବି ଅନୁଷ୍ଠାନର ଲକ୍ଷ୍ୟଭେଦୀ ପ୍ରକଳ୍ପ ଅଧିକାରୀ ଶ୍ରୀ ଚନ୍ଦନ କୁମାର ନାୟକ ସ୍ଵାଗତ ଭାଷଣ ଦେଇଥିଲେ ଓ ଏହି କର୍ମଶାଳା ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅରୁଣା ସ୍ଵେଛାସେବି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲୋକନାଥ ମିଶ୍ର ଯୋଗ ଦେଇ ଏ ପ୍ରକଳ୍ପର ଦିଗ ଓ ଗଞ୍ଜାମ ଜିଲ୍ଲା ଏଚ.ଆଇ.ଭିର ସ୍ଥିତି ସମ୍ପର୍କରେ ବିଶେଷ ଆଲୋଚନା ଓ ପର୍ଜ୍ୟାଲୋଚନା କରିଥିଲେ । ଏହି ଜିଲ୍ଲାରେ ଏଚ.ଆଇ.ଭି କଣ ପାଇଁ ବୃଦ୍ଧି ହୋଇଥିଲା ଓ ଏହାକୁ କିପରି ରୋକ ଲଗାଯାଇ ପାରିବ ସେ ସମ୍ବନ୍ଧରେ ବ୍ୟାପକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏଚ.ଆଇ.ଭିକୁ ରୋକିବା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ଅଛି ବୋଲି ସେ ବର୍ଣ୍ଣନା କରିଥିଲେ । ଶ୍ରୀଯୁକ୍ତ ମିଶ୍ର ଏଚ.ଆଇ.ଭି ପ୍ରତି ବିପଦ ଥିବା ଗୋଷ୍ଟି ତଥା ସମ୍ବେଦନଶୀଳ ବ୍ୟକ୍ତି ମାନଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ ଓ ପୋଲିସ ବିଭାଗ ପକ୍ଷରୁ ସହୋଯୋଗ ଲୋଢିଥିଲେ । ଅରୁଣା ଦ୍ୱାରା ପରିଚାଳିତ ଲକ୍ଷ୍ୟଭେଦୀ ପ୍ରକଳ୍ପ ମୁଖ୍ୟତଃ ମହିଳା ଯୌନ କର୍ମୀ, ତୃତୀୟ ଲିଙ୍ଗୀ ଓ ସମଲିଙ୍ଗୀ ଯୌନ ସମ୍ପର୍କ ରଖୁଥିବା ଲୋକଙ୍କ ସହିତ କାମ କରିଥାଏ ଏବଂ ସେମାନଙ୍କ ମଧ୍ୟରେ ଏଚ.ଆଇ.ଭି ସଂକ୍ରମଣକୁ ରୋକିବାର ପ୍ରୟାସ କରିଥାଏ I ରାଜ୍ୟ ପୋଲିସ ବଳ ନିଜର ବୃତ୍ତିଗତ ଦାୟିତ୍ୱ ନିର୍ବାହ କଲାବେଳେ ବିଭିନ୍ନ ସମୟରେ ଏଚ.ଆଇ.ଭି. ସଂକ୍ରମଣ ପ୍ରତି ବିପଦସଂଙ୍କୁଳ ବ୍ୟକ୍ତି ଓ ଗୋଷ୍ଠୀ ସଂସ୍ପର୍ଶରେ ଆସିଥାନ୍ତି I ଆବଶ୍ୟକୀୟ ସଚେତନତା ଓ ସୂଚନା ଅଭାବରୁ ଏହି ସମ୍ବେଦନଶୀଳ ସରକାରୀ କର୍ମଚାରୀମାନେ ଅନେକ ସମୟରେ ବିପଦସଂଙ୍କୁଳ ଅବସ୍ଥାରେ କାମ କରିଥାନ୍ତି I ବିଶେଷକରି ମହିଳା ଯୌନ କର୍ମୀ, ତୃତୀୟ ଲିଙ୍ଗୀ, ସମଲିଙ୍ଗୀ ଯୌନ ସମ୍ପର୍କ ରଖୁଥିବା ବ୍ୟକ୍ତି, ଆନ୍ତଃରାଜ୍ୟ ଟ୍ରକ ଚାଳକ, ପ୍ରବାସୀ ଶ୍ରମିକଙ୍କ ଭଳି ସମ୍ବେଦନଶୀଳ ଗୋଷ୍ଠୀସହ ନିଜର ବୃତ୍ତିଗତ ଦାୟିତ୍ୱ ନିର୍ବାହ କଲାବେଳେ ରାଜ୍ୟ ପୋଲିସ କର୍ମଚାରୀ ନିଜେ ସଚେତନ ହେବାସହ ବିପଦସଂଙ୍କୁଳ ଅବସ୍ଥାରେ ଥିବା ବ୍ୟକ୍ତି ମାନଙ୍କୁ କିପରି ଏଚ.ଆଇ.ଭି. (ଏଡ୍ସ)ସମ୍ବଧୀୟ ସୂଚନା ଓ ସୁବିଧା ଯୋଗେଇ ପାରିବେ, ଏହି ଲକ୍ଷ ନେଇ ପୋଲିସ କର୍ମଚାରୀ ମାନଙ୍କୁ ସଚେତନ କରାଯାଉଛି ଣାଇବାକୁ ଅନୁରୋଧ କରିଥିଲେ । ଶ୍ରୀଯୁକ୍ତ ମିଶ୍ରଙ୍କର ବକ୍ତବ୍ୟରେ ନିଜର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ପ୍ରତିଫଳିତ ହୋଇଥିଲା ଓ ଏକ ନୂତନ ଦିଦ୍ଦର୍ଶନ ସମସ୍ତଙ୍କୁ ମିଳିଥିଲା ।
ପୋଲିସ ବିଭାଗାର କର୍ମଚାରିମାନଙ୍କର ମନରେ ଥିବା ସମସ୍ତ ପ୍ରକାରର ପ୍ରଶ୍ନ ଓ ଦ୍ଵନ୍ଦକୁ ଶ୍ରୀ ମିଶ୍ର ପ୍ରାଞ୍ଜଳ ଭାବେ ଦୂର କରିଥିଲେ । ଗୋପାଳପୁର ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମଲ୍ଲିକ ନିଜ ବକ୍ତବ୍ୟରେ ସମସ୍ତ ପ୍ରକାଶର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ ଅରୁଣାର ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ , ଚନ୍ଦନ କୁମାର ନାୟକ ଓ ଅଶୋକ କୁମାର ପାତ୍ର ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ I