ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ଗ୍ରୀନ ଜୋନ କରିବା ପାଇଁ ଆହ୍ୱାନ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଆଜି ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ରଙ୍ଗେଈଲୁଣ୍ଡା ବ୍ଲକ ସଭା ଗୃହ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁମାର ନାଗଭୁଷଣ, କନିସି ତହସିଲଦାର, ରଙ୍ଗେଈଲୁଣ୍ଡା ବ୍ଲକ ମେଡିକାଲ ଅଫିସର, ସିଡିପିଓ, ଗୋପାଳପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମସ୍ତ ବ୍ଲକ ପ୍ରଶାସନ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ମେମ୍ବର ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ କୋଭିଡ୍ ସଂକ୍ରମଣ ପାଇଁ ସରପଞ୍ଚମାନେ ଦକ୍ଷ ନେତୃତ୍ବ ନେଇ ଗୋପାଳପୁର ନିର୍ବାଚନ ମଣ୍ଡଳୀ କୁ ଗ୍ରୀନ ଜୋନ କରିବା ପାଇଁ ଆହ୍ୱାନ ଦେଇଛନ୍ତି।ସରକାରୀ କର୍ମଚାରୀ ଓ ଜନସାଧାରଣ ମଧ୍ୟରେ କୌଣସି ପ୍ରକାର ସାମଞ୍ଜସ୍ୟ ରହିବା କୁ ହେବ ନାହିଁ ବୋଲି ବ୍ଲକ ପ୍ରଶାସନ କୁ ତାଗିଦ କରିଥିଲେ ସମେସ୍ତ ସମାନ ତାଙ୍କର ହୃଦୟରେ ପ୍ରଥମେ ଜନସାଧାରଣ ତାପରେ ସରକାରୀ କର୍ମଚାରୀ ବୋଲି କହିଥିଲେ।ତେଣୁ ଜନସାଧାରଣ କୁ କୌଣସି ପ୍ରକାର ଅସୁବିଧା ହେଲେ ବରଦାସ୍ତ କରାଯିବ ନାହିଁ ବୋଲି ସେ ବ୍ଲକ ପ୍ରଶାସନ କୁ ସୂଚାଇ ଦେଇଛନ୍ତି।ଅଧିକ ରୁ ଅଧିକ କୋଭିଡ ଟେଷ୍ଟିଙ୍ଗ ପାଇଁ ମାନ୍ୟବର ବିଧାୟକ ବ୍ଲକ ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି ।ଗୋପାଳପୁର ଏନଏସି ଗ୍ରୀନ ଜୋନ ହେଇଥିବାରୁ ମାନ୍ୟବର ବିଧାୟକ ଗୋପାଳପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ତାଙ୍କ ସମସ୍ତ ଟିମ କୁ ଧନ୍ୟବାଦ ଅର୍ପଣ କରିଥିଲେ ।