ଗୋପାଳପୁର ପଞ୍ଚାୟତରେ ବିଜେଡିର କର୍ମୀ ସମିଳନୀ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ବ୍ଲକ ଅଧୀନ ଗୋପାଳପୁର ପଞ୍ଚାୟତର କୀର୍ତନପୁର ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମିଳନୀ ମଙ୍ଗଳବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ପୂର୍ବତନ ବିଧାୟକ ଜ୍ୟୋତିଶ ଚନ୍ଦ୍ର ଦାସ ଯୋଗଦେଇ ଉପସ୍ଥିତ ଦଳିୟ କର୍ମୀ ମାନଙ୍କୁ ବିଜେଡି ପାର୍ଥୀ ବିଜୟ ଶଙ୍କର ଦାସଙ୍କୁ ବିଜୟୀ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ତିର୍ତ୍ତୋଲ ବ୍ଲକ ଆତ୍ମା ଅଧକ୍ଷ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ମହିଳା ନେତ୍ରୀ ମମତା ଦାଶ, ପୂର୍ବତନ ସରପଞ୍ଚ ମୃମୟ ସ୍ୱାଇଁ, ସମିତି ସଭ୍ୟ ବିଜୟ ମହାନ୍ତି, ଦେବେନ୍ଦ୍ର ନାଥ ମଲ୍ଲିକ ପ୍ରମୁଖ ଯୋଗ ଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ କିଭଳି ଭାବରେ ଦଳୀୟ ଭୋଟ ବୃଦ୍ଧି ପାଇବ ସେନେଇ ଆଲୋଚନା କରାଯାଇଥିଲା। ସମ୍ମିଳନୀରେ ବହୁ ଦଳିୟ କର୍ମୀ ଉପସ୍ଥିତ ରହିଥିଲେ।