ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘର ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ କାଳିଆବାଲି ଛକ ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପ ଗୁଡିକରେ ପରିବହନ କ୍ଷେତ୍ରରେ ସ୍ଥାନୀୟ ଯୁବ ଉଦ୍ୟୋଗୀଙ୍କ ଟ୍ରକ୍ ଗୁଡିକୁ କିପରି ନିୟୋଜିତ କରାଯାଇ ପାରିବ ସେ କ୍ଷେତ୍ରରେ ଆଲୋଚନା ହୋଇଥିଲା । ଏଥିସକାଶେ ସଂଘ ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଏସ୍.ପି. ଏବଂ ବିଭିନ୍ନ ଶିଳ୍ପସଂସ୍ଥାର ର୍କୃପକ୍ଷଙ୍କୁ ଲିଖିତ ପତ୍ର ମଧ୍ୟ କରାଯାଇଛି । ଏଣୁ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷ ଏଦିଗରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ସ୍ଥାନୀୟ ଯୁବ ଉଦ୍ୟୋଗୀଙ୍କୁ ରୋଜଗାର ସୁଲଭ କରିବାର ବ୍ୟବସ୍ଥା କରାଇବେ ବୋଲି ଗୋପାଳପୁର ବନ୍ଦର ଟ୍ରକ୍ ମାଲିକ ସଂଘ ଆଶାବାଦୀ ରହିଛି । ନଚେତ ସଂଘ ପରର୍ବୀ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ମିଳିଛି । ଏହି ସଂଘର ଉପଦେଷ୍ଟା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସହଯୋଗୀ ଉପଦେଷ୍ଟା ବିଜେଡି ନେତା ଜଗନ୍ନାଥ ସାବତ, ସଭାପତି ସୁମନ୍ତ କୁମାର ପଣ୍ଡା, ଉପସଭାପତି ଧର୍ମରାଜୁ ରେଡ୍ଡୀ, ସାଧାରଣ ସଂପାଦକ ଜି.ଭାସ୍କର ରେଡ୍ଡୀ, ସହ ସଂପାଦକ ସିମାଞ୍ଚଳ ରାଉତ ଓ କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ରାଓଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।


